ନୂଆପଡ଼ା ଏଟିଏମ୍ ଲୁଟ ଘଟଣା: ୪ ଗିରଫ, ୪ଲକ୍ଷ ଟଙ୍କା ଜବତ

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଏଟିଏମ୍ ଲୁଟ୍ ଘଟଣାରେ ଖଡିଆଳ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ୪ଲକ୍ଷ ୨୦ହଜାର ଟଙ୍କା ଜବତ କରାଯାଇଛି। ଏଟିଏମରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଏହି ଲୁଟ୍ କରିଥିବା ଜଣାପଡିଛି। ଜିଲ୍ଲାରେ ଷ୍ଟେଟବ୍ୟାଙ୍କର ୧୦ଟି ଏଟିଏମରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ବାରମ୍ୱାର ଏଟିଏମରୁ ଟଙ୍କା ସରିଯିବା ଘଟଣାରେ ସନ୍ଦେହ ପ୍ରକାଶ କରି ବ୍ୟାଙ୍କ ପକ୍ଷରୁ […]

atm

atm

Rakesh Mallick
  • Published: Friday, 18 December 2015
  • Updated: 18 December 2015, 10:19 AM IST

Sports

Latest News

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଏଟିଏମ୍ ଲୁଟ୍ ଘଟଣାରେ ଖଡିଆଳ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ୪ଲକ୍ଷ ୨୦ହଜାର ଟଙ୍କା ଜବତ କରାଯାଇଛି। ଏଟିଏମରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଏହି ଲୁଟ୍ କରିଥିବା ଜଣାପଡିଛି।

ଜିଲ୍ଲାରେ ଷ୍ଟେଟବ୍ୟାଙ୍କର ୧୦ଟି ଏଟିଏମରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ବାରମ୍ୱାର ଏଟିଏମରୁ ଟଙ୍କା ସରିଯିବା ଘଟଣାରେ ସନ୍ଦେହ ପ୍ରକାଶ କରି ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯିବାରୁ ପୁରା ଘଟଣା ସାମ୍ନାକୁ ଆସିଥିଲା। ଏ ନେଇ ଷ୍ଟେଟବ୍ୟାଙ୍କ ନୂଆପଡା ଶାଖାର ମୁଖ୍ୟ ପରିଚାଳକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ହେବା ପରେ ଗତକାଲି ଏଟିଏମରେ ଟଙ୍କା ଭରିବା ଦାୟିତ୍ୱରେ ଥିବା ଦୁଇଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଟଙ୍କା ଆତ୍ମସାତ୍ ଅଭିଯୋଗକୁ ସ୍ୱୀକାର କରିଥିଲେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos