ନୂଆପଡ଼ାରେ ମାଓ କ୍ୟାମ୍ପ୍ ଠାବ; ୫ ଟିଫିନ୍ ବୋମା, ୨୦ ଡିଟୋନେଟର ଜବତ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ପାଟଧରା ଜଙ୍ଗଲରେ ବୁଧବାର ମାଓବାଦୀଙ୍କ ଏକ କ୍ୟାମ୍ପକୁ ଠାବ କରିଛନ୍ତି ସୁରକ୍ଷାକର୍ମୀ। ଏହି କ୍ୟାମ୍ପରୁ ୫ଟି ଟିଫିନ୍ ବୋମା, ୨୦ଟି ଡିଟୋନେଟର, ବିପୁଳ ପରିମାଣର ଔଷଧ ସହିତ ମାଓ ପୋଷାକ ଜବତ କରାଯାଇଛି। ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ର ଯବାନମାନେ ମିଳିତ କମ୍ବିଂ ବେଳେ ମାଓବାଦୀଙ୍କର ଏହି କ୍ୟାମ୍ପକୁ ଠାବ କରିଥିଲେ। ତେବେ ଏହି ଚଢ଼ାଉ ବେଳେ କୌଣସି ମାଓବାଦୀ ଗିରଫ ହୋଇନାହାନ୍ତି। ସୁରକ୍ଷାକର୍ମୀଙ୍କ ଉପସ୍ଥିତି ସଂପର୍କରେ ପୂର୍ବରୁ ସୂଚନା […]

nuapada-mao-camp

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 03:55 PM IST

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ପାଟଧରା ଜଙ୍ଗଲରେ ବୁଧବାର ମାଓବାଦୀଙ୍କ ଏକ କ୍ୟାମ୍ପକୁ ଠାବ କରିଛନ୍ତି ସୁରକ୍ଷାକର୍ମୀ। ଏହି କ୍ୟାମ୍ପରୁ ୫ଟି ଟିଫିନ୍ ବୋମା, ୨୦ଟି ଡିଟୋନେଟର, ବିପୁଳ ପରିମାଣର ଔଷଧ ସହିତ ମାଓ ପୋଷାକ ଜବତ କରାଯାଇଛି।

ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ର ଯବାନମାନେ ମିଳିତ କମ୍ବିଂ ବେଳେ ମାଓବାଦୀଙ୍କର ଏହି କ୍ୟାମ୍ପକୁ ଠାବ କରିଥିଲେ। ତେବେ ଏହି ଚଢ଼ାଉ ବେଳେ କୌଣସି ମାଓବାଦୀ ଗିରଫ ହୋଇନାହାନ୍ତି। ସୁରକ୍ଷାକର୍ମୀଙ୍କ ଉପସ୍ଥିତି ସଂପର୍କରେ ପୂର୍ବରୁ ସୂଚନା ପାଇ ସେମାନେ ଫେରାର ହୋଇଯାଇଥିବା କୁହାଯାଉଛି।

Related story