ନୂଆପଡ଼ା: ଷ୍ଟେଟ ବ୍ୟାଙ୍କର ୧୦ଟି ଏଟିଏମରୁ ୪୦ଲକ୍ଷ ଟଙ୍କା ଲୁଟ୍

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କର ୧୦ଟି ଏଟିଏମରୁ ୪୦ଲକ୍ଷ ୩ହଜାର ୯ଶହ ଟଙ୍କା ଲୁଟ୍ ହୋଇଛି । ଏ ନେଇ ଖଡିଆଳ ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ମୁଖ୍ୟ ପରିଚାଳକ ଥାନାରେ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ଖଡ଼ିଆଳର ୬ଟି, କୋମନାର ୨ଟି ଓ ସିନାପାଲିର ୨ଟି ଏଟିଏମରୁ ଏହି ଟଙ୍କା ଲୁଟ୍ ହୋଇଛି। ଏଟିଏମ୍ କାଉଣ୍ଟରରେ ଟଙ୍କା ଭର୍ତ୍ତି କରିବାକୁ ପ୍ରାଇଭେଟ୍ କମ୍ପାନୀ ରାଇଟର୍ସ ସେଫଗାର୍ଡକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ନିର୍ଦ୍ଧାରିତ […]

loot

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 03:04 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କର ୧୦ଟି ଏଟିଏମରୁ ୪୦ଲକ୍ଷ ୩ହଜାର ୯ଶହ ଟଙ୍କା ଲୁଟ୍ ହୋଇଛି । ଏ ନେଇ ଖଡିଆଳ ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ମୁଖ୍ୟ ପରିଚାଳକ ଥାନାରେ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ଖଡ଼ିଆଳର ୬ଟି, କୋମନାର ୨ଟି ଓ ସିନାପାଲିର ୨ଟି ଏଟିଏମରୁ ଏହି ଟଙ୍କା ଲୁଟ୍ ହୋଇଛି। ଏଟିଏମ୍ କାଉଣ୍ଟରରେ ଟଙ୍କା ଭର୍ତ୍ତି କରିବାକୁ ପ୍ରାଇଭେଟ୍ କମ୍ପାନୀ ରାଇଟର୍ସ ସେଫଗାର୍ଡକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏଟିଏମ୍ ଗୁଡ଼ିକରେ ଟଙ୍କା ସରିଯିବାରୁ ଏନେଇ ସନ୍ଦେହ ଉପୁଜିଥିଲା।

ଖଡିଆଳ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ପରେ ରାଇଟର୍ସ ସେଫ ଗାର୍ଡର ଦୁଇଜଣ ଅପରେଟର ରୋଶନ ରଞ୍ଜନ ଦୀପ ଓ ରିଷି କୁମାର ବେହେରାଙ୍କୁ ଥାନାକୁ ଆଣି ପୋଲିସ ପଚରାଚରା କରିଥିଲା। ଏଟିଏମରୁ ଟଙ୍କା ଆତ୍ମସାତ କରିବା ପରେ ସେ ଟଙ୍କାରେ ସେମାନେ ଜୁଆ ଖେଳିଥିବା ସ୍ୱୀକାର କରିଛନ୍ତି। ଘଟଣାର ଅଧିକ ତଦନ୍ତ କରି ପରବର୍ତ୍ତୀ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଡିଆଳ ଆଇଆଇସି କହିଛନ୍ତି ।

Related story