ନୂଆପଡ଼ା: ବିଚାରଧୀନ କଏଦୀଙ୍କୁ ଜେଲ୍ କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗ

ନୂଆପଡା: ନୂଆପଡା ଉପକାରାଗାରାର ଜଣେ ବିଚାରଧୀନ କଏଦୀଙ୍କୁ ଜେଲ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ କଏଦୀ ରୋହିତ ନାଗେଶ ଗୁରୁତର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ ଗତ ୨୮ ତାରିଖରେ ରୋହିତ କୋର୍ଟ ଯିବା ପାଇଁ ଜେଲ କର୍ମଚାରୀଙ୍କୁ ପଚାରିଥିଲେ। ଜେଲ କର୍ମଚାରୀମାନେ ମନା କରିବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ରୋହିତଙ୍କ ଏପରି ଅଭିଯୋଗକୁ ଜେଲର ଖଣ୍ଡନ କରିଛନ୍ତି।