ଲୁଟ୍‌ ତେଲ ଏବଂ ଘିଅ ଜବତ

ନୟାଗଡ଼: କଟକ ଜିଲ୍ଲା ଜଗତପୁର ନିକଟରୁ ଲୁଟ ତେଲ ଏବଂ ଘିଅ ନୟାଗଡ଼ ମାଛିପଡ଼ାରୁ ଉଦ୍ଧାର କରାଯାଇଛି। ନୟାଗଡ଼ ସଦର ପୋଲିସ ମାଛିପଡ଼ାର ପ୍ରଭାତ ସାହୁଙ୍କ ଘର ଉପରେ ଚଢାଉ କରି ଏହି ଘିଅ ଓ ତେଲ ଜବତ କରିଛି। ଏହାର ମୂଲ୍ୟ  ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଜବତ ଘିଅ ଓ ତେଲକୁ ଜଗତପୁର ଥାନା ପଠାଇଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ବ୍ୟକ୍ତି ଫେରାର ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ନୟାଗଡ଼ ସଦର ଥାନା ଆଇଆଇସି କହିଛନ୍ତି ।