ପୁରୁଷୋତ୍ତମପୁର ସିଲିପାଲି ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବାହାପୁର ପଞ୍ଚାୟତ ସିଲିପାଲି ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଜଗନ୍ନାଥ ପ୍ରଧାନ ଓରଫ୍‌ ହନୁମାନ୍। ଆଜି ପର୍ଶୁରାମ ନାମକ ଜଣେ ବ୍ୟକ୍ତିଙ୍କ ତେଜରାତି ଦୋକାନକୁ ଯାଇଥିଲେ ଜଗନ୍ନାଥ। ସେଠାରେ ଜଗନ୍ନାଥ ପର୍ଶୁରାମଙ୍କୁ ଆକ୍ରମଣ କରିବା ସହ ଦୋକାନରୁ ୧୦,୦୦୦ ଟଙ୍କା ନେଇ ପଳାଇଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପର୍ଶୁରାମଙ୍କ ଦୁଇ ପୁଅ ଗୋବିନ୍ଦ ବେହେରା ଓ ନାରାୟଣ ବେହେରାଙ୍କ […]

Purusottampur, Odisha

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 03:32 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବାହାପୁର ପଞ୍ଚାୟତ ସିଲିପାଲି ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଜଗନ୍ନାଥ ପ୍ରଧାନ ଓରଫ୍‌ ହନୁମାନ୍।

ଆଜି ପର୍ଶୁରାମ ନାମକ ଜଣେ ବ୍ୟକ୍ତିଙ୍କ ତେଜରାତି ଦୋକାନକୁ ଯାଇଥିଲେ ଜଗନ୍ନାଥ। ସେଠାରେ ଜଗନ୍ନାଥ ପର୍ଶୁରାମଙ୍କୁ ଆକ୍ରମଣ କରିବା ସହ ଦୋକାନରୁ ୧୦,୦୦୦ ଟଙ୍କା ନେଇ ପଳାଇଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପର୍ଶୁରାମଙ୍କ ଦୁଇ ପୁଅ ଗୋବିନ୍ଦ ବେହେରା ଓ ନାରାୟଣ ବେହେରାଙ୍କ ସହ ଜଗନ୍ନାଥଙ୍କର ବଚସା ହୋଇଥିଲା। ବଚସାରୁ ପରିସ୍ଥିତି ହାତାହାତି ଆଡକୁ ଯାଇଥିଲା। ଦୁଇ ଭାଇ ଜଗନ୍ନାଥଙ୍କୁ ମାଡ ମାରିଥିଲେ। ଦୁଇ ଭାଇଙ୍କର ମାଡରେ ଜଗନ୍ନାଥ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ମୃତ ଜଗନ୍ନାଥଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି। ସେ ନଟବର ନାହାକଙ୍କ ଘରେ ୨୦ ‍ବର୍ଷ ଧରି ଘରଜ୍ୱାଇଁ ଭାବେ ରହୁଥିଲେ।

Related story