ଓସ୍କାର ଠକେଇ: ପ୍ରଭାସଙ୍କ ପୁଅ ନାଁରେ ଜମାକାରୀଙ୍କୁ ହତ୍ୟା ଧମକ ଅଭିଯୋଗ

ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ କମ୍ପାନୀର ମୁଖ୍ୟ ପ୍ରଭାସ ରାଉତଙ୍କ ପୁଅ ପ୍ରିୟ ରାଉତଙ୍କ ନାଁରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଛି୧ ମହାରାଷ୍ଟ୍ରର ୧୧ ଜଣ ଜମାକାରୀଙ୍କୁ ସେ ହତ୍ୟା ଧମକ ଦେଇଥିବା ନେଇ ବ୍ରହ୍ମପୁର ଗୋଷଣୀ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସମାଜସେବୀ  ପ୍ରମିଳା ତ୍ରିପାଠୀ ଏହି ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରୁ ଆସିଥିବା ୧୧ ଜଣ ଜମାକାରୀଙ୍କୁ ପ୍ରିୟ ତା’ର ସାଙ୍ଗମାନଙ୍କ ସହ ମିଶି ଧମକ ଦେଇଥିବା ଅଭିଯୋଗ ହୋଇଛି। ସମାଜସେବୀ […]

oscar

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 10:05 PM IST

ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ କମ୍ପାନୀର ମୁଖ୍ୟ ପ୍ରଭାସ ରାଉତଙ୍କ ପୁଅ ପ୍ରିୟ ରାଉତଙ୍କ ନାଁରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଛି୧ ମହାରାଷ୍ଟ୍ରର ୧୧ ଜଣ ଜମାକାରୀଙ୍କୁ ସେ ହତ୍ୟା ଧମକ ଦେଇଥିବା ନେଇ ବ୍ରହ୍ମପୁର ଗୋଷଣୀ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସମାଜସେବୀ  ପ୍ରମିଳା ତ୍ରିପାଠୀ ଏହି ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ରରୁ ଆସିଥିବା ୧୧ ଜଣ ଜମାକାରୀଙ୍କୁ ପ୍ରିୟ ତା’ର ସାଙ୍ଗମାନଙ୍କ ସହ ମିଶି ଧମକ ଦେଇଥିବା ଅଭିଯୋଗ ହୋଇଛି।

ସମାଜସେବୀ ତ୍ରିପାଠୀ କହିଛନ୍ତି, “କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବାକୁ ଆସିଥିବା ୧୧ ଜଣ ଜମାକାରୀଙ୍କୁ ପ୍ରିୟ ଧମକଚମକ ଦେଇ ଫେରିଯିବାକୁ କହିଥିଲେ। ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏପରି ଧମକ ପାଇବା ପରେ ସେମାନେ ଆସି ମୋ ଘରେ ଆଶ୍ରୟ ନେଇଥିଲେ। ପ୍ରିୟ ତାଙ୍କର କିଛି ସାଙ୍ଗଙ୍କ ସହ ମୋ ଘରକୁ ଆସି ସେମାନଙ୍କୁ ପୁଣି ଧମକ ଦେବା ସହ ଜମାକାରୀଙ୍କୁ ଶୀଘ୍ର ମହାରାଷ୍ଟ୍ର ପଠାଇ ଦେବାକୁ ମୋତେ ଚେତାବନୀ ଦେଇଥିଲେ। ଜମାକାରୀଙ୍କୁ ନ ପଠାଇଲେ ‘ତୁମ ଘର ସମ୍ମୁଖରେ ସେମାନଙ୍କୁ ପିଟି ପିଟି ମାରିଦେବୁ’ ବୋଲି ସେ ଧମକ ଦେଇଛନ୍ତି।”

ପ୍ରିୟ ରାଉତଙ୍କୁ ଶୀଘ୍ର ଗିରଫ କରିବାକୁ ପ୍ରମିଳା ଦାବି କରିଛନ୍ତି। ଏହାସହ ଗରିବ ଓ ଖଟଖିଆଙ୍କ ଟଙ୍କା ଶୀଘ୍ର ପ୍ରଦାନ କରାଯାଉ ବୋଲି କହିଛନ୍ତି। “ଜମାକାରୀଙ୍କୁ ସେମାନଙ୍କ ଟଙ୍କା ନ ମିଳିଲେ ଆମେ ଦିଲ୍ଲୀ ଯାଇ ଜନ୍ତରମନ୍ତରଠାରେ ଧାରଣାରେ ବସିବୁ” ବୋଲି ସେ ଚେତାବନୀ ଦେଇଛନ୍ତି।

ଜଣେ ଜମାକାରୀ କହିଛନ୍ତି, “ଆମେ ମହାରାଷ୍ଟ୍ରରୁ ଆସିଲା ବେଳେ ପ୍ରିୟ ଆମକୁ ଧମକ ଦେଇ ସାକ୍ଷୀ ଦେଲେ ଜୀବନରୁ ମାରି ଦେବେ ବୋଲି କହିଥିଲେ। ଏପରି ଧମକ ଶୁଣି କିଛି ଜମାକାରୀ ଭୟଭୀତ ହୋଇ ଫେରି ଯାଇଛନ୍ତି। ଆମେ ପ୍ରମିଳା ଦିଦିଙ୍କ ଘରେ ଆଶ୍ରୟ ନେଇଥିଲୁ। ପ୍ରିୟ ତାଙ୍କ ସହଯୋଗୀଙ୍କ ସହ ସେଠାକୁ ଆସି ପୁଣି ଧମକ ଦେଇଛନ୍ତି। ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ।”

Related story