ନେପାଳ କାଠମାଣ୍ଡୁ ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ

ନେପାଳ ବିମାନବନ୍ଦର କର୍ତ୍ତୃପକ୍ଷ 100 କିଲୋଗ୍ରାମ ସୁନା ଜବତ କରିଥିବା ସୂଚନା।

କାଠମାଣ୍ଡୁ ବିମାନବନ୍ଦରରୁ 100 କେଜିରୁ ଊର୍ଦ୍ଧ୍ୱ ସୁନା ଜବର

  • Published: Thursday, 20 July 2023
  • , Updated: 20 July 2023, 12:42 PM IST

କାଠମାଣ୍ଡୁର ତ୍ରିବୁଭାନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ। ନେପାଳ ବିମାନବନ୍ଦର କର୍ତ୍ତୃପକ୍ଷ 100 କିଲୋଗ୍ରାମ ସୁନା ଜବତ କରିଥିବା ସୂଚନା। ରାଜସ୍ୱ ଅନୁସନ୍ଧାନ ବିଭାଗ(DRI) ଅନୁଯାୟୀ ଏହି ସୁନା ହଂକଂରୁ କ୍ୟାଥେ ପାସିଫିକ୍ ବିମାନ ଯୋଗେ ଆସିଥିଲା ଏବଂ ବାଇକ୍ ଯୋଗେ ଖଣ୍ଡ ଖଣ୍ଡ କରି ବୁହା ଯାଉଥିଲା। ଅବକାରୀ ବିଭାଗ ଏହାକୁ ଜବତ କରିଛି। 

ପୋଲିସର ସୂଚନାନୁସାରେ, 100 କିଲୋଗ୍ରାମରୁ ଅଧିକ ସୁନାକୁ 160 ଖଣ୍ଡ କରାଯାଇ ବାଇକର ବ୍ରେକ ପ୍ୟାଡ ମଧ୍ୟରେ ଗୁଡ଼ାଯାଇ ଚାଲାଣ ହେଉଥିଲା। ନେପାଳ ଇତିହାସରେ ପୋଲିସ ଜବତ କରିଥିବା ଏହା ହେଉଛି ସର୍ବାଧିକ ପରିମାଣର ସୁନା ବୋଲି DRI ମୁଖ୍ୟ ନବରାଜ ଧୁଙ୍ଗାନା କହିଛନ୍ତି। ଅବକାରୀ ଅଧିକାରୀମାନେ ବାଇକର ପରିବହନ ସାମଗ୍ରୀ ଯାଞ୍ଚ କରିବା ପରେ କାର୍ଯ୍ୟାଳୟରୁ ଫେରସ୍ତ କରାଇ ଦେବାକୁ ପ୍ରସ୍ତୁତ ହେଉଥିଲେ। 

ଏହି ସମୟରେ DRI କୁ ଏକ କଲ୍ ଆସିଥିଲା, ଯେଉଁଥିରେ ସ୍ପେୟାର ପାର୍ଟସ ଭିତରେ ସୁନା ଅଛି ବୋଲି କେହି ଜଣାଇଥିଲେ। ନେପାଳ ପୋଲିସର ସହଯୋଗରେ DRI କାଠମାଣ୍ଡୁ ବିମାନବନ୍ଦର ବାହାରେ ସୁନା ଜବତ କରିଛି। ଏହାକୁ କିଏ ପ୍ରେରଣ କରିଛି ଜାଣିବା ପାଇଁ ପୋଲିସ ତର୍ଜମା ଆରମ୍ଭ କରିଛି। ଏହାପୂର୍ବରୁ ନେପାଳ ପୋଲିସ କାଠମାଣ୍ଡୁ ବିମାନବନ୍ଦରରୁ 33 କିଲୋଗ୍ରାମ ସୁନା ଜବତ କରିଥିଲା।

 

 

Related story