ବୋହୂ ବିବାଦ: କୋର୍ଟରେ ହାଜର ହେଲେ ସନାତନ ମହାକୁଡଙ୍କ ପୁଅ ପଙ୍କଜ

ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲାରେ ସୋମବାର ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଛନ୍ତି ପୁଅ ପଙ୍କଜ ମହାକୁଡ। ଆଜି ୧୬୪ ଧାରା ଅନୁଯାୟୀ ପଙ୍କଜଙ୍କ ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ମହିଳା ଥାନା ନୋଟିସକୁ ବେଖାତିର କରିବା ସତ୍ତ୍ୱେ ମହିଳା ଥାନା ଅଧିକାରୀ କେନ୍ଦୁଝର ଯାଇ ୧୬୧ ଧାରାରେ ପଙ୍କଜଙ୍କ ବୟାନ ରେକର୍ଡ କରିଥିଲେ। ତେବେ ପୋଲିସ ସେଠାକୁ କାହିଁକି ଗଲା ସେ ନେଇ ପୋଲିସ କମିଶନର ୱାଇ ବି ଖୁରାନିଆ ତାଗିଦ୍‌ […]

kabita -and-pankaj

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 05:09 PM IST

ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲାରେ ସୋମବାର ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଛନ୍ତି ପୁଅ ପଙ୍କଜ ମହାକୁଡ। ଆଜି ୧୬୪ ଧାରା ଅନୁଯାୟୀ ପଙ୍କଜଙ୍କ ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ମହିଳା ଥାନା ନୋଟିସକୁ ବେଖାତିର କରିବା ସତ୍ତ୍ୱେ ମହିଳା ଥାନା ଅଧିକାରୀ କେନ୍ଦୁଝର ଯାଇ ୧୬୧ ଧାରାରେ ପଙ୍କଜଙ୍କ ବୟାନ ରେକର୍ଡ କରିଥିଲେ। ତେବେ ପୋଲିସ ସେଠାକୁ କାହିଁକି ଗଲା ସେ ନେଇ ପୋଲିସ କମିଶନର ୱାଇ ବି ଖୁରାନିଆ ତାଗିଦ୍‌ କରିଥିଲେ।

ଅନ୍ୟପକ୍ଷରେ ନିଜକୁ ବିଧାୟକ ସନାତନ ମହାକୁଡଙ୍କ ବୋହୂ ଓ ପଙ୍କଜଙ୍କ ସ୍ତ୍ରୀ ବୋଲି ଦାବି କରିଥିବା କବିତା ମହାକୁଡ ମହିଳା ଥାନାରେ ପ୍ରମାଣ ଦାଖଲ କରିଥିଲେ। ତାହା ସହ ବିଧାୟକ ସନାତନ ମହାକୁଡ ଓ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ମଧ୍ୟ କବିତା ଅଭିଯୋଗ କରିଥିଲେ।

Related story