ପାରାଦୀପ: ଚାନ୍ଦନୀପଡ଼ା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ନିକଟସ୍ଥ ଚାନ୍ଦନୀପଡ଼ା ଜଙ୍ଗଲରୁ ସୋମବାର ପୋଲିସ୍ ଏକ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକର ନାଁ ବାବୁ ପାଞ୍ଝ। ସେ ସ୍ଥାନୀୟ ରଙ୍ଗିଆଗଡ଼ ଚାନ୍ଦନୀପଡ଼ା ଅଞ୍ଚଳରେ ରହୁଥିଲେ। ମୃତ ବାବୁ ଆଇଓସିଏଲ୍ ଓ ମାଛଧରା ବନ୍ଦରରେ କାମ କରୁଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଆଜି ସକାଳେ ଚାନ୍ଦନୀପଡ଼ା ଜଙ୍ଗଲରେ ବାବୁର ମୃତଦେହ ଝୁଲନ୍ତା ଅବସ୍ଥାରେ କିଛି ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ […]

death

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 09:49 AM IST

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ନିକଟସ୍ଥ ଚାନ୍ଦନୀପଡ଼ା ଜଙ୍ଗଲରୁ ସୋମବାର ପୋଲିସ୍ ଏକ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକର ନାଁ ବାବୁ ପାଞ୍ଝ। ସେ ସ୍ଥାନୀୟ ରଙ୍ଗିଆଗଡ଼ ଚାନ୍ଦନୀପଡ଼ା ଅଞ୍ଚଳରେ ରହୁଥିଲେ। ମୃତ ବାବୁ ଆଇଓସିଏଲ୍ ଓ ମାଛଧରା ବନ୍ଦରରେ କାମ କରୁଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ଆଜି ସକାଳେ ଚାନ୍ଦନୀପଡ଼ା ଜଙ୍ଗଲରେ ବାବୁର ମୃତଦେହ ଝୁଲନ୍ତା ଅବସ୍ଥାରେ କିଛି ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତୈଳ ବିଶୋଧନାଗାର ପରିସରରେ ଠିକାଦାରୀ ଓ ସଂଘ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ଲାଗି ରହିଥିବାରୁ ଏହା ଆତ୍ମହତ୍ୟା ନା ହତ୍ୟା ତାହାର ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି।

Related story