ପାରଦୀପ: ଚୋରା ଚାଲାଣବେଳେ ପିଡିଏସ୍ କିରୋସିନି ଜବତ, ୩ ଗିରଫ

ପାରାଦୀପ: ଏକ ଡଙ୍ଗାରେ ପିଡିଏସ୍ କିରୋସିନି ଚୋରାଚାଲାଣ ହେଉଥିବା ବେଳେ ପାରାଦୀପ ପୋଲିସ ଜବତ କରିଛି । ଜବତ କିରୋସିନିର ପରିମାଣ ପ୍ରାୟ ୧୧ହଜାର ଲିଟର ହେବ। ବାଲିପ୍ଲଟ୍ ନିକଟସ୍ଥ ମହାନଦୀ ଦେଇ ଡଙ୍ଗାରେ ବିଳମ୍ବିତ ରାତିରେ ଏହି କିରୋସିନି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା । ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ବୋଟ୍ ଡ୍ରାଇଭର ଚଣ୍ଡିଆ ବର୍ମନ, ଟ୍ରକ୍ ଡ୍ରାଇଭର ସଞ୍ଜୟ ଢାଲି ଓ ଚୋରା […]

paradeep

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 04:24 AM IST

ପାରାଦୀପ: ଏକ ଡଙ୍ଗାରେ ପିଡିଏସ୍ କିରୋସିନି ଚୋରାଚାଲାଣ ହେଉଥିବା ବେଳେ ପାରାଦୀପ ପୋଲିସ ଜବତ କରିଛି । ଜବତ କିରୋସିନିର ପରିମାଣ ପ୍ରାୟ ୧୧ହଜାର ଲିଟର ହେବ। ବାଲିପ୍ଲଟ୍ ନିକଟସ୍ଥ ମହାନଦୀ ଦେଇ ଡଙ୍ଗାରେ ବିଳମ୍ବିତ ରାତିରେ ଏହି କିରୋସିନି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା । ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ବୋଟ୍ ଡ୍ରାଇଭର ଚଣ୍ଡିଆ ବର୍ମନ, ଟ୍ରକ୍ ଡ୍ରାଇଭର ସଞ୍ଜୟ ଢାଲି ଓ ଚୋରା କିରୋସିନି ବେପାରୀ ତ୍ରୀନାଥ ସ୍ୱାଇଁ।

ପୋଲିସ ସେମାନଙ୍କ ପାଖରୁ ଡଙ୍ଗା ଓ ଏକ ମିନିଟ୍ରକ ଜବତ କରିଛି । ଏହି ଚୋରା କାରବାର ପଛରେ ଏକ ରାକେଟ କାମ କରୁଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରାଯାଉଛି । ଶୀଘ୍ର ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Related story