ପାରାଦୀପ: ପାରାଦୀପ ଉପକଣ୍ଠ ବିଶ୍ୱାଳି ଗାଁର ପ୍ରକାଶ ପରିଡା ତା’ ସ୍ତ୍ରୀ ଅମିତା ପରିଡାକୁ ଗତକାଲି ତିଣ୍ଟି ଚିପି ହତ୍ୟା କରିବା ପରେ ପାଇଖାନା ଘରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ୱାମୀ ପ୍ରକାଶ ଲକ୍ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ୍ ପ୍ରକାଶକୁ ଗିରଫ କରି ପଚରାଉଚରା କରୁଛି। ଘଟଣାସ୍ଥଳରେ ପୋଲିସ୍ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଗତକାଲି ଖାଇ ସାରିବା ପରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯେଉଁଥିରେ ସ୍ୱାମୀ ପ୍ରକାଶ ଉତ୍ୟକ୍ତ ହୋଇ ଅମିତାଙ୍କୁ ତିଣ୍ଟି ଚିପି ହତ୍ୟା କରିଥିଲା।
ପ୍ରକାଶଙ୍କ ମାନସିକ ବିକୃତି ଥିବା ସାହି ପୋଡ଼ିଶା ଲୋକେ କହିଛନ୍ତି।