ଗେଟ୍ ପାସକୁ କେନ୍ଦ୍ରକରି ସିଆଇଏସ୍‌ଏଫ୍‌ ଓ ଗାଡି କର୍ମଚାରୀ ମୁହାଁମୁହିଁ, ଜଣେ ଆହତ

ପାରାଦୀପ: ପାରାଦୀପ ବନ୍ଦର ପ୍ରବେଶ ପଥ ଅଠରବାଙ୍କି ଠାରେ ଆଜି ଗେଟ୍ ପାସକୁ କେନ୍ଦ୍ରକରି ଆଜି ଗଣ୍ଡଗୋଳ ସାଙ୍ଗକୁ ଭଙ୍ଗ।ରୁଜା, ଧାରଣା ଓ ରାସ୍ତା ଅବରୋଧ ପରି ଘଟଣା ଦେଖିବାକୁ ମିଳିଛି। ଗେଟ୍‌ରେ ନିୟୋଜିତ ହୋଇଥିବା ସିଆଇଏସ୍ଏଫ୍ କର୍ମଚାରୀ ଓ ଟ୍ରକ୍ ଡ୍ରାଇଭରଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି। ଏଥିରେ ଶ୍ରୀଧର ବେହେରା ନାମ ଜଣେ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପାରାଦୀପ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓ ଏଏସ୍‌ପି […]

paradeep

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 09:47 PM IST

ପାରାଦୀପ: ପାରାଦୀପ ବନ୍ଦର ପ୍ରବେଶ ପଥ ଅଠରବାଙ୍କି ଠାରେ ଆଜି ଗେଟ୍ ପାସକୁ କେନ୍ଦ୍ରକରି ଆଜି ଗଣ୍ଡଗୋଳ ସାଙ୍ଗକୁ ଭଙ୍ଗ।ରୁଜା, ଧାରଣା ଓ ରାସ୍ତା ଅବରୋଧ ପରି ଘଟଣା ଦେଖିବାକୁ ମିଳିଛି। ଗେଟ୍‌ରେ ନିୟୋଜିତ ହୋଇଥିବା ସିଆଇଏସ୍ଏଫ୍ କର୍ମଚାରୀ ଓ ଟ୍ରକ୍ ଡ୍ରାଇଭରଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି। ଏଥିରେ ଶ୍ରୀଧର ବେହେରା ନାମ ଜଣେ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ପାରାଦୀପ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓ ଏଏସ୍‌ପି ଗଦାଧର ପ୍ରଧାନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ।

Related story