ପାରଳାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ପାରଳାଖେମୁଣ୍ଡି ମେଡିକାଲରେ ନାବାଳିକାର ଡାକ୍ତରୀମାଇନା କରାଯାଇଛି ।

ନାବାଳିକା ଜଣକ ୨୦୧୪ରେ ତାମିଲନାଡୁରେ ଏକ ସୁତା କଳରେ କାମ କରୁଥିବା ବେଳେ ବ୍ରହ୍ମପୁରର ଗାନ୍ଧିନଗରର ଅମର ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲ।

ଅମର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବେଙ୍ଗାଲୁରୁ ଆଉ ଏକ କମ୍ପାନୀର କାମ କରିବାକୁ ନେଇଯାଇଥିଲେ। ବେଙ୍ଗାଲୁରୁରୁ ଅମର କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।