ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଖରଖରା ଗାଁରୁ ୧୨ ଜଣ ଶ୍ରମିକଙ୍କୁ ତେଲେଙ୍ଗାନା ଚାଲାଣ କରାଯାଉଥିବା ବେଳେ ପୋଲିସ୍ ଉଦ୍ଧାର କରିଛି। ଏହି ଘଟଣାରେ ବେଲପଡ଼ା ପୋଲିସ୍‌ ଦଲାଲ ସହଦେବ ତାଣ୍ଡି ଓ ଦୁଇଟି ଗାଡ଼ିର ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅର୍ଥ ପ୍ରଲୋଭନ ଦେଖାଇ ୧୨ ଜଣଙ୍କୁ ତେଲେଙ୍ଗାନା ରାଜ୍ୟର ଦୁନ୍ଦିକେଲକୁ ଦୁଇଟି ଗାଡ଼ିରେ ଚାଲାଣ କରାଯାଇଥିଲା। ପୋଲିସ୍‌ ଏ ସମ୍ପର୍କରେ ଖବର ପାଇ ଅଚାନକ ଚଢ଼ାଉ କରି […]

patnagarh

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 06:39 PM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଖରଖରା ଗାଁରୁ ୧୨ ଜଣ ଶ୍ରମିକଙ୍କୁ ତେଲେଙ୍ଗାନା ଚାଲାଣ କରାଯାଉଥିବା ବେଳେ ପୋଲିସ୍ ଉଦ୍ଧାର କରିଛି। ଏହି ଘଟଣାରେ ବେଲପଡ଼ା ପୋଲିସ୍‌ ଦଲାଲ ସହଦେବ ତାଣ୍ଡି ଓ ଦୁଇଟି ଗାଡ଼ିର ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅର୍ଥ ପ୍ରଲୋଭନ ଦେଖାଇ ୧୨ ଜଣଙ୍କୁ ତେଲେଙ୍ଗାନା ରାଜ୍ୟର ଦୁନ୍ଦିକେଲକୁ ଦୁଇଟି ଗାଡ଼ିରେ ଚାଲାଣ କରାଯାଇଥିଲା। ପୋଲିସ୍‌ ଏ ସମ୍ପର୍କରେ ଖବର ପାଇ ଅଚାନକ ଚଢ଼ାଉ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହିତ ଦଲାଲଙ୍କୁ ଗିରଫ କରିଛି।

Related story