ଫୁଲବାଣୀ: କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଫେରାର୍

ଫୁଲବାଣୀ: ଫୁଲବାଣୀ କୋର୍ଟ ପରିସରରୁ ଜଣେ ବିଚାରାଧୀନ କଏଦୀ ଫେରାର୍‌ ହୋଇଯାଇଛି।  ଫେରାର୍ କଏଦୀ ସରୋଜ ଗୋଚ୍ଛିକୁ  ଏକ ଚୋରି ମାମଲାରେ  ଟାଉନ ଥାନା ପୋଲିସ୍ ଗତ ଜାନୁଆରୀ ମାସରେ ଗିରଫ କରିଥିଲା। ଜଣେ ବିଚାରାଧୀନ କଏଦୀ ଭାବେ ତାକୁ କନ୍ଧମାଳ ଜିଲ୍ଲା କାରାଗାରରେ ରଖାଯାଇଥିଲା। ବୁଧବାର ସରୋଜ ଗୋଚ୍ଛିର କୋର୍ଟରେ ହାଜର ପାଇଁ ତାରିଖ ଥିଲା।  ତେଣୁ ତାକୁ କୋର୍ଟକୁ  ଅଣାଯାଇଥିଲା। କୋର୍ଟ ପରିସରରେ ଥିବା ଶୌଚାଳୟକୁ ଶୌଚ ପାଇଁ ଯିବାକୁ କହି ସେ ସେଠାରୁ […]

phulbani

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 06:16 AM IST

ଫୁଲବାଣୀ: ଫୁଲବାଣୀ କୋର୍ଟ ପରିସରରୁ ଜଣେ ବିଚାରାଧୀନ କଏଦୀ ଫେରାର୍‌ ହୋଇଯାଇଛି।  ଫେରାର୍ କଏଦୀ ସରୋଜ ଗୋଚ୍ଛିକୁ  ଏକ ଚୋରି ମାମଲାରେ  ଟାଉନ ଥାନା ପୋଲିସ୍ ଗତ ଜାନୁଆରୀ ମାସରେ ଗିରଫ କରିଥିଲା। ଜଣେ ବିଚାରାଧୀନ କଏଦୀ ଭାବେ ତାକୁ କନ୍ଧମାଳ ଜିଲ୍ଲା କାରାଗାରରେ ରଖାଯାଇଥିଲା।

ବୁଧବାର ସରୋଜ ଗୋଚ୍ଛିର କୋର୍ଟରେ ହାଜର ପାଇଁ ତାରିଖ ଥିଲା।  ତେଣୁ ତାକୁ କୋର୍ଟକୁ  ଅଣାଯାଇଥିଲା। କୋର୍ଟ ପରିସରରେ ଥିବା ଶୌଚାଳୟକୁ ଶୌଚ ପାଇଁ ଯିବାକୁ କହି ସେ ସେଠାରୁ ସ୍କାଇ ଲାଇଟ୍ ଭାଙ୍ଗି ଫେରାର୍ ହୋଇଯାଇଥିଲା। ଏ ନେଇ ଫୁଲବାଣୀ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଆଇଆଇସି ଉମାକାନ୍ତ ପ୍ରଧାନ କହିଛନ୍ତି।

Related story