ପିପିଲି: ମାଧିପୁର ଗଣେଶ ଭସାଣ ଗଣ୍ଡଗୋଳ ଘଟଣାରେ ୪ ଗିରଫ

ପୁରୀ: ପିପିଲି ମାଧିପୁରରେ ଗଣେଶ ଭସାଣ ଗଣ୍ଡଗୋଳ ଘଟଣାରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତଙ୍କୁ ପୋଲିସ ଗିରଫ କରିଛି। ପ୍ରିୟବ୍ରତଙ୍କ ସମେତ ଏହି ଘଟଣାରେ ୪ଜଣ ଗିରଫ ହୋଇଛନ୍ତି। ପିପିଲି ମାଧିପୁରରେ ଭସାଣ ଉତ୍ସବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଥାନାକୁ ଆସିଥିବା ବେଳେ ଉଭୟ ଗୋଷ୍ଠୀ ୩ଟି ବାଇକ୍ ପୋଡ଼ି ଦେବା ସହ କେତେକ ଦୋକାନ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।