ପିପିଲି: ପିପିଲିରେ ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଜଷ୍ଟିସ ପି.କେ. ମହାନ୍ତି କମିଶନଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ପୀଡ଼ିତା ବେବିନା ବେହେରାଙ୍କ ପରିବାର ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଯୁକ୍ତି ଉପସ୍ଥାପନ ପ୍ରକ୍ରିୟା ତୁରନ୍ତ ଶେଷ କରାଯିବ ବୋଲି କମିଶନ କହିଛନ୍ତି। ଆସନ୍ତା ଶୀତକାଳୀନ ଅବକାଶ ସମୟରେ ଲଗାତାର ଭାବେ ସମସ୍ତ ପକ୍ଷ ଯୁକ୍ତି ଉପସ୍ଥାପନ କରିବେ। ୨୬ ତାରିଖରୁ ଲଗାତାର ୪ଦିନ ଧରି ଲଗାତାର ଭାବେ ଯୁକ୍ତି ଉପସ୍ଥାପନ କରାଯିବ। ଏହି ପ୍ରକ୍ରିୟା ଶେଷ ହେବା ପରେ କମିଶନ ଶୀଘ୍ର ତାଙ୍କ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।