ପୋଲିସ୍ ଏନ୍‌କାଉଣ୍ଟରରେ ବାଲା ଆହତ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପୋଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଡକାୟତ ବାଲା ଗଜେନ୍ଦ୍ର ଓରଫ ସୁରେଶ ଗଜେନ୍ଦ୍ର। ତା’ ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବାଲା ଗଜେନ୍ଦ୍ର ହେଉଛି ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ। ଏଥିସହିତ ଭୁବନେଶ୍ୱରର ଚନ୍ଦନ ଜୁଏଲେରୀରୁ ଲୁଟ୍‌ ଏବଂ […]

encounter

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 09:42 AM IST

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପୋଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଡକାୟତ ବାଲା ଗଜେନ୍ଦ୍ର ଓରଫ ସୁରେଶ ଗଜେନ୍ଦ୍ର। ତା’ ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ବାଲା ଗଜେନ୍ଦ୍ର ହେଉଛି ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ। ଏଥିସହିତ ଭୁବନେଶ୍ୱରର ଚନ୍ଦନ ଜୁଏଲେରୀରୁ ଲୁଟ୍‌ ଏବଂ ଖୋର୍ଦ୍ଧା ଓ ବାଣପୁର ଅଞ୍ଚଳର ଅନେକ ଡକାୟତି ସହ ମଧ୍ୟ ସେ ସମ୍ପୃକ୍ତ।

ସେ ଖଣ୍ଡଗିରି ନୂଆଗାଁ ଅଞ୍ଚଳରେ ଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଖବର ପାଇଁ କମିଶନରେଟ୍ ପୋଲିସ୍‌ର ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ତେବେ ସେ ପୋଲିସ୍‌ ଉପରକୁ ଗୁଳି କରି ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୋଲିସ୍‌ ତା’ ଉପରକୁ ପାଲଟା ଗୁଳି ଚଳାଇଥିଲା। ତା’ ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ବାଲା ଧରାପଡ଼ିଥିଲେ ବି ତା’ର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି।

ପୋଲିସ୍ ବାଲାଠାରୁ ଏକ ବାଇକ୍‌, ଗୋଟିଏ ପିସ୍ତଲ, ଗୁଳି ଓ ୧୫,୦୦୦ ଟଙ୍କା ଜବତ କରିଛି।

ଭୁବନେଶ୍ୱର ଡିସିପି କହିଛନ୍ତି,“ବାଲା ନାଁରେ ଅନ୍ୟ ଜିଲ୍ଲାରେ ବି ମାମଲା ରହିଛି। ସେ ନେଇ ଖୋଳତାଡ଼ କରାଯାଉଛି।”

Related story