ପୋଲସରା କମେଣ୍ଟ ମରା ଓ ହତ୍ୟା ଘଟଣାରେ ୩ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରାରେ ଯୁବତୀଙ୍କୁ କମେଣ୍ଟମରାକୁ ନେଇ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋଜ ନାହାକ, ନାରାୟଣ ନାହାକ ଏବଂ ଅକ୍ଷୟ ସାହୁ। କମେଣ୍ଟ ମରାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ମା’ ଓ ବାପାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପୀଡିତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ […]

polsara

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 03:58 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରାରେ ଯୁବତୀଙ୍କୁ କମେଣ୍ଟମରାକୁ ନେଇ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋଜ ନାହାକ, ନାରାୟଣ ନାହାକ ଏବଂ ଅକ୍ଷୟ ସାହୁ।

କମେଣ୍ଟ ମରାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ମା’ ଓ ବାପାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପୀଡିତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ଥିଲେ। ଏପରିକି ସ୍ଥାନୀୟ ଲୋକେ ପୋଲସରା ଥାନାରେ ନିଆଁ ଲଗାଇ ଦେଇଥିଲେ।

Related story