ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର ହେଲେ ପ୍ରଭାସ

କଟକ: ଓସ୍କାର ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ପ୍ରଭାସ ରାଉତ ଓ ଅନ୍ୟ ୪ ଅଭିଯୁକ୍ତଙ୍କୁ ଆଜି କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଯାଇଛି। ହାଜର କରାଯାଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ନିର୍ଦ୍ଦେଶକ ତାରାପ୍ରସାଦ ହୋତା, ପ୍ରଭାତ ପଟ୍ଟନାୟକ, ଅବନୀ ପଟ୍ଟନାୟକ ଓ କିର୍ତ୍ତୀରଞ୍ଜନ ବସ୍ତିଆ। ନିୟମିତ ବିଚାର ବିଭାଗୀୟ ହାଜିରାଭାବେ ସେମାନଙ୍କୁ ହାଜର କରାଯାଇଛି। କେବଳ ତାରାପ୍ରସାଦ ହୋତାଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇନାହିଁ। ତାରାପ୍ରସାଦଙ୍କ ଜାମିନ ଆବେଦନ ଉପରେ […]

prabhas-rout

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 10:19 PM IST

କଟକ: ଓସ୍କାର ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ପ୍ରଭାସ ରାଉତ ଓ ଅନ୍ୟ ୪ ଅଭିଯୁକ୍ତଙ୍କୁ ଆଜି କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଯାଇଛି। ହାଜର କରାଯାଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ନିର୍ଦ୍ଦେଶକ ତାରାପ୍ରସାଦ ହୋତା, ପ୍ରଭାତ ପଟ୍ଟନାୟକ, ଅବନୀ ପଟ୍ଟନାୟକ ଓ କିର୍ତ୍ତୀରଞ୍ଜନ ବସ୍ତିଆ। ନିୟମିତ ବିଚାର ବିଭାଗୀୟ ହାଜିରାଭାବେ ସେମାନଙ୍କୁ ହାଜର କରାଯାଇଛି।

କେବଳ ତାରାପ୍ରସାଦ ହୋତାଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇନାହିଁ। ତାରାପ୍ରସାଦଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇପାରିନାହିଁ। ଏହି ମାମଲା ଆସନ୍ତା ୩ ତାରିଖରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।

ଆସନ୍ତା ୧୧ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ପୁନଃବାର କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଓକିଲ ନିଳାମ୍ବର ଜେନା ସୂଚନା ଦେଇଛନ୍ତି।

Related story