ପ୍ରଦୀପ ମାଝିଙ୍କ ନାଁରେ ହତ୍ୟା ଧମକ ଅଭିଯୋଗ ଆଣିଲେ ମହିଳା, ଥାନାରେ ମାମଲା

ନବରଙ୍ଗପୁର: ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ଝରିଗାଁ ଥାନାରେ ଜଣେ ମହିଳା ଦୁର୍ବ୍ୟବହାର ଓ ହତ୍ୟା ଧମକ ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କ ତାଙ୍କ ଏତଲାରେ ଦର୍ଶାଇଛନ୍ତି, ଗତ ୭ ତାରିଖ ରାତି ପ୍ରାୟ ୮ଟାବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକଙ୍କ ସହ ମିଶି ପ୍ରଦୀପ ମାଝି ତାଙ୍କୁ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଏହାସହ ସରକାରୀ ଜାଗାରେ ରହି ରାଜନୀତି କରୁଛୁ ବୋଲି କହିବା ସହ ମାଝି ହତ୍ୟା ଧମକ […]

pradeep majhi

Rakesh Mallick
  • Published: Wednesday, 09 December 2015
  • , Updated: 10 December 2015, 04:15 AM IST

ନବରଙ୍ଗପୁର: ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ଝରିଗାଁ ଥାନାରେ ଜଣେ ମହିଳା ଦୁର୍ବ୍ୟବହାର ଓ ହତ୍ୟା ଧମକ ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କ ତାଙ୍କ ଏତଲାରେ ଦର୍ଶାଇଛନ୍ତି, ଗତ ୭ ତାରିଖ ରାତି ପ୍ରାୟ ୮ଟାବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକଙ୍କ ସହ ମିଶି ପ୍ରଦୀପ ମାଝି ତାଙ୍କୁ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଏହାସହ ସରକାରୀ ଜାଗାରେ ରହି ରାଜନୀତି କରୁଛୁ ବୋଲି କହିବା ସହ ମାଝି ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ସେ। ସେପଟେ ଏତଲାକୁ ଭିତ୍ତି କରି ଝରିଗାଁ ଥାନା ପୋଲିସ ଦଫା ୨୯୪, ୫୦୬, ଆଇପିସି ୩୪ରେ ଏକ ମାମଲା ରୁଜୁ କରିଛି। ଏ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ପ୍ରତିକ୍ରିୟା ମିଳିପାରିନି।

Related story