ପ୍ରକାଶ ସେଠୀଙ୍କ ହତ୍ୟାରେ ଡି’ ବ୍ରଦର୍ସଙ୍କ ସହଯୋଗୀ ଭାରତ ଭୂଷଣଙ୍କ ହାତ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବନ୍ଧପାଟଣାର ଠିକାଦାର ପ୍ରକାଶ ସେଠୀଙ୍କ ହତ୍ୟା ଘଟଣାରେ ଡି’ ବ୍ରଦର୍ସଙ୍କ ସହଯୋଗୀ ଭାରତ ଭୂଷଣଙ୍କ ହାତ ଥିବା  ପ୍ରକାଶଙ୍କ ପତ୍ନୀ ମମତା ଅଭିଯୋଗ କରିଛନ୍ତି। ଭାରତଭୂଷଣଙ୍କ ଇଶାରାରେ ତାଙ୍କ ସ୍ୱାମୀଙ୍କ ହତ୍ୟା କରାଯାଇଥିବା ମମତା କହିଛନ୍ତି। ମମତା କହିଛନ୍ତି, “ଡି’ଲିଙ୍କରେ ଭାରତପୋଷଙ୍କ ନାଁ ଆସିବାରୁ ଅମୂଲ୍ୟ ରଥଙ୍କ ଉପରେ  ମୋର ସନ୍ଦେହ ଆସିଲା।ଭାରତଭୂଷଣଙ୍କ ସହଯୋଗୀ ଅମୂଲ୍ୟ ରଥ ପ୍ରକାଶଙ୍କ ବିଜନେସ ପାଟର୍ନର ଥିଲେ। ଠିକା କାମକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା। ସେହି […]

sabita

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 03:00 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବନ୍ଧପାଟଣାର ଠିକାଦାର ପ୍ରକାଶ ସେଠୀଙ୍କ ହତ୍ୟା ଘଟଣାରେ ଡି’ ବ୍ରଦର୍ସଙ୍କ ସହଯୋଗୀ ଭାରତ ଭୂଷଣଙ୍କ ହାତ ଥିବା  ପ୍ରକାଶଙ୍କ ପତ୍ନୀ ମମତା ଅଭିଯୋଗ କରିଛନ୍ତି। ଭାରତଭୂଷଣଙ୍କ ଇଶାରାରେ ତାଙ୍କ ସ୍ୱାମୀଙ୍କ ହତ୍ୟା କରାଯାଇଥିବା ମମତା କହିଛନ୍ତି।

ମମତା କହିଛନ୍ତି, “ଡି’ଲିଙ୍କରେ ଭାରତପୋଷଙ୍କ ନାଁ ଆସିବାରୁ ଅମୂଲ୍ୟ ରଥଙ୍କ ଉପରେ  ମୋର ସନ୍ଦେହ ଆସିଲା।ଭାରତଭୂଷଣଙ୍କ ସହଯୋଗୀ ଅମୂଲ୍ୟ ରଥ ପ୍ରକାଶଙ୍କ ବିଜନେସ ପାଟର୍ନର ଥିଲେ। ଠିକା କାମକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା। ସେହି ଦୃଷ୍ଟିରୁ ଅମୂଲ୍ୟ ଓ ଭାରତଭୂଷଣ ପ୍ରକାଶଙ୍କୁ ହତ୍ୟା କରିଛନ୍ତି।”

କିନ୍ତୁ ଅମୂଲ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

୨୦୧୪ ମାର୍ଚ୍ଚ ୩ ତାରିଖରେ ପ୍ରକାଶଙ୍କୁ ଚଣ୍ଡିଖୋଲ ବନ୍ଧ ପଦ୍ମଲାଭପୁର ଛକରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଗୟାଧର ତରେଇ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା।

Related story