ପ୍ରତୀକ ପଟୋଡ଼ିଆ ଅପହରଣ ମାମଲା: ୪ ଦିନ ପରେ ବି ପୋଲିସ୍ ହାତ ଖାଲି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିରେଇ ସ୍ଥିତ ଅଶୋକା ମଲଟିୟାର୍ଣ୍ଣ କଂପାନୀର ନିର୍ଦ୍ଦେଶକ ଏବଂ ତାଙ୍କ ଡ୍ରାଇଭରଙ୍କ ଅପହରଣ ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ୍ ଅପହରଣକାରୀ ଓ ଅପହୃତଙ୍କ ସଂପର୍କରେ କୌଣସି ସୂଚନା ପାଇପାରି ନାହିଁ। ତେଣୁ କଂପାନୀ କର୍ତ୍ତୃପକ୍ଷ ଏବଂ ଉଭୟଙ୍କ ପରିବାର ଆଶଙ୍କା ମଧ୍ୟରେ ରହିଛନ୍ତି। କମ୍ପାନୀର ପର୍ସନାଲ ମ୍ୟାନେଜର ଦେଇଥିବା ଏତଲାରେ ଅପହରଣ ପଛରେ କଣ୍ଟାବାଞ୍ଜୀ ଅଞ୍ଚଳରେ ଜଣେ କପା ବ୍ୟବସାୟୀଙ୍କ ହାତ ଥିବା ଦର୍ଶାଇଛନ୍ତି। ପୋଲିସ ସେ […]

kidnap-car

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 05:27 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିରେଇ ସ୍ଥିତ ଅଶୋକା ମଲଟିୟାର୍ଣ୍ଣ କଂପାନୀର ନିର୍ଦ୍ଦେଶକ ଏବଂ ତାଙ୍କ ଡ୍ରାଇଭରଙ୍କ ଅପହରଣ ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ୍ ଅପହରଣକାରୀ ଓ ଅପହୃତଙ୍କ ସଂପର୍କରେ କୌଣସି ସୂଚନା ପାଇପାରି ନାହିଁ। ତେଣୁ କଂପାନୀ କର୍ତ୍ତୃପକ୍ଷ ଏବଂ ଉଭୟଙ୍କ ପରିବାର ଆଶଙ୍କା ମଧ୍ୟରେ ରହିଛନ୍ତି।

କମ୍ପାନୀର ପର୍ସନାଲ ମ୍ୟାନେଜର ଦେଇଥିବା ଏତଲାରେ ଅପହରଣ ପଛରେ କଣ୍ଟାବାଞ୍ଜୀ ଅଞ୍ଚଳରେ ଜଣେ କପା ବ୍ୟବସାୟୀଙ୍କ ହାତ ଥିବା ଦର୍ଶାଇଛନ୍ତି। ପୋଲିସ ସେ ଦିଗରେ ତଦନ୍ତ କରିଥିଲେ ସୁଦ୍ଧା ସଫଳତା ପାଇନାହିଁ।

ଉଦ୍ୟୋଗପତି ପ୍ରତୀକ ପଟୋଡ଼ିଆ ଗତ ଶୁକ୍ରବାର ହାୱାଡ଼ା-କୋରାପୁଟ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ କୋଲକାତାରୁ ଆସି ଝାରସୁଗୁଡ଼ାରେ ଓହ୍ଲାଇ ଥିଲେ। ତା’ପରେ ସେ କଂପାନୀ କାରରେ କିରେଇକୁ ଯାଉଥିଲେ। ବଡ଼ବାହାଲ ନିକଟ ଜଙ୍ଗଲ ରାସ୍ତାରେ ତାଙ୍କୁ ଏବଂ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ସୁନ୍ଦରଗଡ଼ ଏସପି ୩ଟି ପୋଲିସ୍‌ ଟିମ୍‌ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ତଦନ୍ତ ପାଇଁ ପଠାଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ଠୋସ୍‌ ପ୍ରମାଣ ମିଳିପାରିନାହିଁ। ତଥାପି ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବା ସହି ଅପହୃତଙ୍କୁ ଉଦ୍ଧାର କରାଯିବ ବୋଲି ଏସ୍‌ପି ନିଖିଲ କାନୋଡ଼ିଆ କହିଛନ୍ତି।

Related story