ଅପହୃତ ଉଦ୍ୟୋଗପତି ପ୍ରତୀକ ପଟୋଡ଼ିଆ ବଲାଙ୍ଗିରରୁ ଉଦ୍ଧାର

ସୁନ୍ଦରଗଡ଼: ଅପହୃତ ସୁନ୍ଦରଗଡ଼ ଜିଲ୍ଲା କିରେଇ ସ୍ଥିତ ଅଶୋକା ମଲଟିୟାର୍ଣ୍ଣ କଂପାନୀର ନିର୍ଦ୍ଦେଶକ ପ୍ରତୀକ ପଟୋଡ଼ିଆ ଏବଂ ତାଙ୍କ ଡ୍ରାଇଭରଙ୍କୁ ବଲାଙ୍ଗିରର କଣ୍ଟାବାଞ୍ଜିରୁ ଉଦ୍ଧାର କରାଯାଇଛି। କୌଣସି ବ୍ୟବସାୟିକ ଶତ୍ରୁତାରୁ ପ୍ରତୀକଙ୍କୁ ଅପହରଣ କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କ ଡ୍ରାଇଭରଙ୍କ ଉପରେ ମଧ୍ୟ ସନ୍ଦେହ ରହିଛି। ତେବେ ପୋଲିସ୍ ଏ ନେଇ କିଛି ସ୍ପଷ୍ଟ କରି ନାହିଁ। ଉଦ୍ୟୋଗପତି ପ୍ରତୀକ ପଟୋଡ଼ିଆ ଗତ ୨୨ ତାରିଖରେ ହାୱାଡ଼ା-କୋରାପୁଟ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ କୋଲକାତାରୁ ଆସି […]

kidnap-car

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 03:35 PM IST

ସୁନ୍ଦରଗଡ଼: ଅପହୃତ ସୁନ୍ଦରଗଡ଼ ଜିଲ୍ଲା କିରେଇ ସ୍ଥିତ ଅଶୋକା ମଲଟିୟାର୍ଣ୍ଣ କଂପାନୀର ନିର୍ଦ୍ଦେଶକ ପ୍ରତୀକ ପଟୋଡ଼ିଆ ଏବଂ ତାଙ୍କ ଡ୍ରାଇଭରଙ୍କୁ ବଲାଙ୍ଗିରର କଣ୍ଟାବାଞ୍ଜିରୁ ଉଦ୍ଧାର କରାଯାଇଛି। କୌଣସି ବ୍ୟବସାୟିକ ଶତ୍ରୁତାରୁ ପ୍ରତୀକଙ୍କୁ ଅପହରଣ କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କ ଡ୍ରାଇଭରଙ୍କ ଉପରେ ମଧ୍ୟ ସନ୍ଦେହ ରହିଛି। ତେବେ ପୋଲିସ୍ ଏ ନେଇ କିଛି ସ୍ପଷ୍ଟ କରି ନାହିଁ।

ଉଦ୍ୟୋଗପତି ପ୍ରତୀକ ପଟୋଡ଼ିଆ ଗତ ୨୨ ତାରିଖରେ ହାୱାଡ଼ା-କୋରାପୁଟ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ କୋଲକାତାରୁ ଆସି ଝାରସୁଗୁଡ଼ାରେ ଓହ୍ଲାଇ ଥିଲେ। ତା’ପରେ ସେ କଂପାନୀ କାରରେ କିରେଇକୁ ଯାଉଥିଲେ। ବଡ଼ବାହାଲ ନିକଟ ଜଙ୍ଗଲ ରାସ୍ତାରେ ତାଙ୍କୁ ଏବଂ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

କମ୍ପାନୀର ପର୍ସନାଲ ମ୍ୟାନେଜର ଦେଇଥିବା ଏତଲାରେ ଅପହରଣ ପଛରେ କଣ୍ଟାବାଞ୍ଜୀ ଅଞ୍ଚଳରେ ଜଣେ କପା ବ୍ୟବସାୟୀଙ୍କ ହାତ ଥିବା ଦର୍ଶାଇଥିଲେ।

Related story