ମାଲକାନଗିରି: ଗର୍ଭବତୀ ମହିଳାଙ୍କୁ ଚେଙ୍କ ଦେବା ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛି ଦିନ ତଳେ ୨୦ଦିନର ଜଣେ ନବଜାତ ଶିଶୁକୁ ଚେଙ୍କ ଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇ ଥିଲା। କିନ୍ତୁ ଏଭଳି ବିଭତ୍ସ ଚିକିତ୍ସାରେ ଶିକାର ହୋଇଛନ୍ତି ଜଣେ ଗର୍ଭବତୀ ମହିଳା। ଜିଲ୍ଲାର ଖଇରିପୁଟ ବ୍ଲକ ବଣ୍ଡାଘାଟୀର ଜଣେ ଗର୍ଭବତୀ ମହିଳାଙ୍କ ପେଟରେ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ପେଟରେ ଯନ୍ତ୍ରଣା ହେବାରୁ ସ୍ୱାମୀଙ୍କ ସହ ସେ ଗାଁର ଏକ ଗୁଣିଆ ନିକଟକୁ ଯାଇଥିଲେ। ଏହି ସମୟରେ ଗୁଣିଆ ଜଣକ ତାଙ୍କ […]

mahila

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 03:02 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛି ଦିନ ତଳେ ୨୦ଦିନର ଜଣେ ନବଜାତ ଶିଶୁକୁ ଚେଙ୍କ ଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇ ଥିଲା। କିନ୍ତୁ ଏଭଳି ବିଭତ୍ସ ଚିକିତ୍ସାରେ ଶିକାର ହୋଇଛନ୍ତି ଜଣେ ଗର୍ଭବତୀ ମହିଳା। ଜିଲ୍ଲାର ଖଇରିପୁଟ ବ୍ଲକ ବଣ୍ଡାଘାଟୀର ଜଣେ ଗର୍ଭବତୀ ମହିଳାଙ୍କ ପେଟରେ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ପେଟରେ ଯନ୍ତ୍ରଣା ହେବାରୁ ସ୍ୱାମୀଙ୍କ ସହ ସେ ଗାଁର ଏକ ଗୁଣିଆ ନିକଟକୁ ଯାଇଥିଲେ। ଏହି ସମୟରେ ଗୁଣିଆ ଜଣକ ତାଙ୍କ ପେଟରେ ଚେଙ୍କ ଦେଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଖଇରୀପୁଟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସଦର ମହକୁମା ହସପିଟାଲରେ ଭର୍ତ୍ତି କରାଯାଇଛି।

ଚେଙ୍କ୍ ଯୋଗୁ ସଂପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଡାକ୍ତର କହିଛନ୍ତି।

 

Related story