ପୁଣି ଏକ ଲେଡି ଲୁଟେରା ଗ୍ୟାଙ୍ଗ ପର୍ଦ୍ଦାଫାସ, ୪ ଯୁବତୀ ସମେତ ୭ ଗିରଫ୍

ଭୁବନେଶ୍ୱର: କମିଶନରେଟ ପୋଲିସ ଆଉ ଏକ ଲେଡି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗ୍ୟାଙ୍କର ୭ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୪ ଜଣ ଯୁବତୀ ଅଛନ୍ତି। ଲୁଟର ଶିକାର ହୋଇଥିବା ଜଗତସିଂହପୁରର ଜଣେ ବ୍ୟକ୍ତି ପୋଲିସ ନିକଟରେ ଏ ନେଇ ଅଭିଯୋଗ ଆଣିବା ପରେ ରାକେଟର ପର୍ଦ୍ଦାଫାସ୍ ହୋଇଛି। ଗିରଫ ଯୁବତୀଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ ଓ ଜଣେ କଟକର ବୋଲି ପୋଲିସ କହିଛି। ସେମାନଙ୍କ ପାଖରୁ ୧୨ଟି […]

sex-raket

Rakesh Mallick
  • Published: Saturday, 12 December 2015
  • , Updated: 12 December 2015, 02:20 PM IST

ଭୁବନେଶ୍ୱର: କମିଶନରେଟ ପୋଲିସ ଆଉ ଏକ ଲେଡି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗ୍ୟାଙ୍କର ୭ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୪ ଜଣ ଯୁବତୀ ଅଛନ୍ତି। ଲୁଟର ଶିକାର ହୋଇଥିବା ଜଗତସିଂହପୁରର ଜଣେ ବ୍ୟକ୍ତି ପୋଲିସ ନିକଟରେ ଏ ନେଇ ଅଭିଯୋଗ ଆଣିବା ପରେ ରାକେଟର ପର୍ଦ୍ଦାଫାସ୍ ହୋଇଛି।

ଗିରଫ ଯୁବତୀଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ ଓ ଜଣେ କଟକର ବୋଲି ପୋଲିସ କହିଛି। ସେମାନଙ୍କ ପାଖରୁ ୧୨ଟି ମୋବାଇଲ୍, ୨ଟି କାର୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

ଏହି ଲେଡି ଗ୍ୟାଙ୍ଗକୁ ଗ୍ୟାଙ୍ଗଷ୍ଟର ହାଇଦରର ପ୍ରମୁଖ ସହଯୋଗୀ ଶିବ ପ୍ରସାଦ ମହାନ୍ତି ଓରଫ୍ ବାବାଜୀ ଚଳାଉଥିଲା। ୧୦ରୁ ଅଧିକ ମାମଲାରେ ଜଡ଼ିତ ଥିବା ଶିବ ଅଣ୍ଡରରେ ଏହି ଲେଡି ଲୁଟେରାମାନେ କାମ କରୁଥିଲେ। ଶିବ ନିକଟରେ ଏକ ହତ୍ୟା ମାମଲାରେ ଦଣ୍ଡାଦେଶ ମଧ୍ୟ ପାଇଛି। ତେବେ ପାରୋଲରେ ଜେଲରୁ ବାହାରି ଶିବ ଏହି ଲୁଟେରା ଗ୍ୟାଙ୍ଗକୁ ଚଳାଉଥିଲା। ଏଥିପାଇଁ ଯୁବତୀମାନଙ୍କୁ ନିୟୋଜିତ କରିଥିଲା। ରାକେଟ୍ ହାବୁଡ଼ରେ ପଡୁଥିବା ଲୋକଙ୍କୁ ଯୋଜନାବଦ୍ଧ ଭାବେ ଲୁଟ୍ କରାଯାଉଥିଲା। ଅନେକ ଲୋକଲଜ୍ଜା ଭୟରେ ଏ ନେଇ ପୋଲିସରେ ଅଭିଯୋଗ କରୁ ନ ଥିଲେ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଗତ ଡିସେମ୍ୱର ୧ ତାରିଖରେ ଏହିଭଳି ଅନ୍ୟ ଏକ ଗ୍ୟାଙ୍ଗର ପର୍ଦ୍ଦାଫଶସ କରିଥିଲା କମିଶନରେଟ୍ ପୋଲିସ।

Related story