ପୁରୀ: ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ପୁରୀ: ଜିଲ୍ଲାରେ ପୁଣି ନାବାଳିକା ବିବାହ ଉଦ୍ୟମ ଅଭିଯୋଗ ଆସିଛି। ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାଙ୍କୁ ଆସନ୍ତାକାଲି ହେବାକୁ ଥିବା ବିବାହ ପୂର୍ବରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ, ପିପିଲି ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ସିଡିପିଓ ଉଦ୍ଧାର କରିଛନ୍ତି। ପରେ ନାବାଳିକା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିର୍ଦ୍ଧାଥ ରାଏ କହିଛନ୍ତି, “ପିପିଲରେ ଜଣେ ନାବାଳିକାର ବିବାହ […]

puri-nabalika

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 09:13 AM IST

ପୁରୀ: ଜିଲ୍ଲାରେ ପୁଣି ନାବାଳିକା ବିବାହ ଉଦ୍ୟମ ଅଭିଯୋଗ ଆସିଛି। ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାଙ୍କୁ ଆସନ୍ତାକାଲି ହେବାକୁ ଥିବା ବିବାହ ପୂର୍ବରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ, ପିପିଲି ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ସିଡିପିଓ ଉଦ୍ଧାର କରିଛନ୍ତି। ପରେ ନାବାଳିକା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଛି।

ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିର୍ଦ୍ଧାଥ ରାଏ କହିଛନ୍ତି, “ପିପିଲରେ ଜଣେ ନାବାଳିକାର ବିବାହ ହେଉଥିବା ଅଭିଯୋଗ ଆସିବା ପରେ ଉଦ୍ଧାର କରାଯାଇଥିଲା। ପଚରାଉଚରା ବେଳେ ନାବାଳିକା ଜଣଙ୍କ ବିବାହ କରିବାକୁ ଇଚ୍ଛୁକ ନ ଥିବା କହିଥିଲେ। ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି।”

ସିଡିପିଓ କଳ୍ପନା ଜେନା କହିଛନ୍ତି, “ପଚରାଉଚରା ବେଳେ ପରିବାର ଲୋକେ କହିଥିଲେ ଆମେ ବହୁତ ଗରିବ ଲୋକ। କିଛି ପିଲା ପିଲାଟିକୁ ଉଠାଇ ନେବାକୁ ଧମକଚମକ ଦେଇଛନ୍ତି। ତେଣୁ ଆମେ ତା’ର ବିବାହ କରାଇ ଦେବାକୁ ସ୍ଥିର କରିଛୁ। ଉତ୍କଳ ବାଳାଶ୍ରମରେ ବର୍ତ୍ତମାନ ନାବାଳିକାଙ୍କୁ ରଖାଯାଇଛି।”

ଗତ ୩ ତାରିଖରେ ପୁରୀ ରାମେଶ୍ୱର ମନ୍ଦିରରେ ଜଣେ ଯୁବକ ଜଣେ ନାବାଳିକାକୁ ଦ୍ୱିତୀୟ ବିବାହ କରୁଥିବା ବେଳେ ଉଦ୍ଧାର କରାଯାଇଥିଲା। ଦାରିଦ୍ର୍ୟ ଯୋଗୁଁ ଏଭଳି ଭାବେ ଝିଅକୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ ବୋଲି ନାବାଳିକାର ବାପା କହିଥିଲେ।

Related story