ପୁରୀ: କୌଶଲ୍ୟା ଗଙ୍ଗ ଆନ୍ଧ୍ର ବ୍ୟାଙ୍କ ଲୁଟ ଘଟଣାରେ ୮ ଗିରଫ

ପୁରୀ: ପିପିଲି କୌଶଲ୍ୟା ଗଙ୍ଗ ଆନ୍ଧ୍ର ବ୍ୟାଙ୍କ ଲୁଟ ଘଟଣାରେ ସମ୍ପୃକ୍ତ ୮ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ପିପିଲି ପୋଲିସ ଓ ସ୍ପେସାଲ ସ୍କ୍ୱାଡ଼ଙ୍କ ପକ୍ଷରୁ କୋଣାର୍କ ରାମଚଣ୍ଡି ଅଞ୍ଚଳରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ୬ଲକ୍ଷ ୭୦ ହଜାର ୫୦୦ ଟଙ୍କା, ୭୦ ହଜାର ଟଙ୍କାର ସୁନା ଅଳଙ୍କାର, ୯ଟି ମୋବାଇଲ, ୪ଟି ବାଇକ ସହ ୧୧ଟି ଜୀବନ୍ତ ବୋମା ଓ ଦୁଇଟି […]

puri

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 11:17 PM IST

ପୁରୀ: ପିପିଲି କୌଶଲ୍ୟା ଗଙ୍ଗ ଆନ୍ଧ୍ର ବ୍ୟାଙ୍କ ଲୁଟ ଘଟଣାରେ ସମ୍ପୃକ୍ତ ୮ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ପିପିଲି ପୋଲିସ ଓ ସ୍ପେସାଲ ସ୍କ୍ୱାଡ଼ଙ୍କ ପକ୍ଷରୁ କୋଣାର୍କ ରାମଚଣ୍ଡି ଅଞ୍ଚଳରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ୬ଲକ୍ଷ ୭୦ ହଜାର ୫୦୦ ଟଙ୍କା, ୭୦ ହଜାର ଟଙ୍କାର ସୁନା ଅଳଙ୍କାର, ୯ଟି ମୋବାଇଲ, ୪ଟି ବାଇକ ସହ ୧୧ଟି ଜୀବନ୍ତ ବୋମା ଓ ଦୁଇଟି ଭୁଜାଲି ଜବତ କରାଯାଇଛି।

ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ବାଲିପାଟନା ଅଞ୍ଚଳର ସେକ୍‌ ଆଜମ ଓ ପିପିଲି ଦାନଗୋହିରୀ ଅଞ୍ଚଳର ରିଆଜ ଖାଁ।

Related story