ପୁରୀ ଲଜ୍ ମାଲିକ ହତ୍ୟା ଘଟଣା: ଲିଟୁଙ୍କୁ ରିମାଣ୍ଡରେ ନେଲା ପୋଲିସ୍

ପୁରୀ: ଆଇନଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଲିଟୁ ଓରଫ ନରେନ୍ଦ୍ରନାଥ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍। ପୁରୀ ଏସ୍‌ଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ଲିଟୁଙ୍କୁ ରିମାଣ୍ଡରେ ନେଇଛି ପୋଲିସ୍। ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍। ତେବେ କୋର୍ଟ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଗତକାଲି ଲିଟୁ ପୁରୀ ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏ ମାମଲାରେ ପୋଲିସ୍ […]

litu

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 09:32 AM IST

ପୁରୀ: ଆଇନଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଲିଟୁ ଓରଫ ନରେନ୍ଦ୍ରନାଥ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍। ପୁରୀ ଏସ୍‌ଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ଲିଟୁଙ୍କୁ ରିମାଣ୍ଡରେ ନେଇଛି ପୋଲିସ୍। ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍। ତେବେ କୋର୍ଟ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଗତକାଲି ଲିଟୁ ପୁରୀ ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏ ମାମଲାରେ ପୋଲିସ୍ ପୂର୍ବରୁ ଚନ୍ଦନଙ୍କ ପତ୍ନୀ ନିବେଦିତାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା।

ସଂପତ୍ତି ଲୋଭରେ ନିବେଦିତା ସ୍ୱାମୀଙ୍କୁ ମାରିବାକୁ ସୁପାରୀ ଦେଇଥିଲେ ବୋଲି ପୋଲିସ୍ କହିଛି।

ଗତ ୮ ତାରିଖରେ ଚନ୍ଦନ ବେହେରାଙ୍କୁ ତାଙ୍କ ଲଜ୍ ସାଇ ଚନ୍ଦନ ନିକଟରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।

Related story