ପୁରୀରେ ଶିଶୁ ବିକ୍ରି ଅଭିଯୋଗ, ମହିଳା ଅଟକ

ପୁରୀ: ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ତ୍ରିଦେବନଗର ଜଗନ୍ନାଥ ବସ୍ତିର ଜଣେ ମହିଳା ବିଭିନ୍ନ ସ୍ଥାନରୁ ଶିଶୁମାନଙ୍କୁ କିଣି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଅଧିକାରୀ ଓ ବାସେଳି ସାହି ପୋଲିସ୍‌ ଜଗନ୍ନାଥ ବସ୍ତିରେ ଚଢ଼ାଉ କରିଥିଲା। ଚଢ଼ଉ ବେଳେ ଜଣେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ମହିଳାଙ୍କୁ ପୋଲିସ୍‌ ଥାନାରେ ଅଟକ ରଖି ତଦନ୍ତ କରୁଛି। ଶିଶୁ ବିକ୍ରି […]

sisu

Rakesh Mallick
  • Published: Tuesday, 04 October 2016
  • , Updated: 04 October 2016, 09:02 AM IST

ପୁରୀ: ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ତ୍ରିଦେବନଗର ଜଗନ୍ନାଥ ବସ୍ତିର ଜଣେ ମହିଳା ବିଭିନ୍ନ ସ୍ଥାନରୁ ଶିଶୁମାନଙ୍କୁ କିଣି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଅଧିକାରୀ ଓ ବାସେଳି ସାହି ପୋଲିସ୍‌ ଜଗନ୍ନାଥ ବସ୍ତିରେ ଚଢ଼ାଉ କରିଥିଲା। ଚଢ଼ଉ ବେଳେ ଜଣେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସଂପୃକ୍ତ ମହିଳାଙ୍କୁ ପୋଲିସ୍‌ ଥାନାରେ ଅଟକ ରଖି ତଦନ୍ତ କରୁଛି। ଶିଶୁ ବିକ୍ରି ଅଭିଯୋଗକୁ ମହିଳା ଖଣ୍ଡନ କରିଛନ୍ତି।

Related story