ପୁରୀ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ,କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ

ପୁରୀ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ପୁରୀ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ କର୍ଣ୍ଣ ପ୍ରଧାନଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କର୍ଣ୍ଣଙ୍କ ପୁରୀ ସ୍ଥିତ ଅଫିସ୍‌, କ୍ୱାର୍ଟର୍ସ, ମାଟିଆପଡ଼ା ଘର, ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଘର ଓ କୋଣାର୍କର ଜୁଣେଇ ସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୧,୨୦,୫୬,୪୪୩ ଟଙ୍କା ବୋଲି ଜଣାପଡ଼ିଛି। ପୁରୀର ମାଟିଆପଡ଼ା ଓ ଭୁବନେଶ୍ୱରର […]

puri-vigilance

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 09:21 PM IST

ପୁରୀ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ପୁରୀ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ କର୍ଣ୍ଣ ପ୍ରଧାନଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କର୍ଣ୍ଣଙ୍କ ପୁରୀ ସ୍ଥିତ ଅଫିସ୍‌, କ୍ୱାର୍ଟର୍ସ, ମାଟିଆପଡ଼ା ଘର, ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଘର ଓ କୋଣାର୍କର ଜୁଣେଇ ସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୧,୨୦,୫୬,୪୪୩ ଟଙ୍କା ବୋଲି ଜଣାପଡ଼ିଛି।

ପୁରୀର ମାଟିଆପଡ଼ା ଓ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ବେହେରା ସାହିରେ ଥିବା ତାଙ୍କର ଦୁଇଟି ଦୁଇ ମହଲା ଘରର ମୁଲ୍ୟ ୮୧,୫୫,୪୫୬ ଟଙ୍କା ଆକଳନ କରାଯାଇଛି। ତାଙ୍କର ଘରେ ଥିବା ବିଭିନ୍ନ ଜିନିଷପତ୍ର, ଗୋଟିଏ ବାଇକ୍ ଓ ଗୋଟିଏ ବାଜାଜ ଚେତକ ସ୍କୁଟରର ମୂଲ୍ୟ ୧,୯୧,୦୦୦ ଟଙ୍କା। ତାଙ୍କ ପାଖରୁ ୧,୧୨,୯୨୦ ଟଙ୍କା ନଗଦ ଟଙ୍କା ମିଳିଛି। ତାଙ୍କ ପାଖରେ ୫୦ ଗ୍ରାମର ସୁନାଅଳଙ୍କାର ଠାବ କରାଯାଇଛି ଯାହାର ମୂଲ୍ୟ ୧,୨୦,୦୦୦ ଟଙ୍କା ହେବ। ଏହା ବାଦ୍ ବିଭିନ୍ନ ବ୍ୟାଙ୍କ ଓ ଏଲ୍‌ଆଇସି ପଲିସିରେ ୩୪,୭୭,୦୬୭ ଟଙ୍କା ଜମା ଥିବା ଠାବ କରାଯାଇଛି।

 

Related story