ରେଲୱେ ଚାକିରି ଦେବାକୁ କହି ଠକିବା ଅଭିଯୋଗ: ୨ ଗିରଫ

ପୁରୀ: ରେଲୱେରେ ଚାକିରି ଦେଇଥିବା କହି ଠକିବା ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସଦର ବ୍ଲକ ତଳଜଙ୍ଗର ଗ୍ରାମର ବିଜୟ କୁମାର ସେଠୀ ଏବଂ ପୂର୍ଣ୍ଣଚନ୍ଦ୍ର ବାରିକ। ଏହି ଠକେଇରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ପୋଲିସ ଚଳାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ଦୀର୍ଘଦିନ ହେବ ପୁରୀ, ଚନ୍ଦନପୁର, ସତ୍ୟବାଦୀ, ଗୋପ, କୋଣାର୍କ, ଡେଲାଙ୍ଗ ଓ ପିପିଲି ଅଞ୍ଚଳରେ ସରକାରୀ […]

puri-khakei

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 05:43 PM IST

ପୁରୀ: ରେଲୱେରେ ଚାକିରି ଦେଇଥିବା କହି ଠକିବା ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସଦର ବ୍ଲକ ତଳଜଙ୍ଗର ଗ୍ରାମର ବିଜୟ କୁମାର ସେଠୀ ଏବଂ ପୂର୍ଣ୍ଣଚନ୍ଦ୍ର ବାରିକ। ଏହି ଠକେଇରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ପୋଲିସ ଚଳାଇଛି।

ଗିରଫ ଅଭିଯୁକ୍ତ ଦ୍ୱୟ ଦୀର୍ଘଦିନ ହେବ ପୁରୀ, ଚନ୍ଦନପୁର, ସତ୍ୟବାଦୀ, ଗୋପ, କୋଣାର୍କ, ଡେଲାଙ୍ଗ ଓ ପିପିଲି ଅଞ୍ଚଳରେ ସରକାରୀ ଚାକିରି ପ୍ରଲୋଭନ ଦେଖାଇ ବେକାର ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୁକ୍ତାମାନେ ସରକାରୀ ଚାକିରି ପ୍ରଲୋଭନ ଦେଖାଇ ସତ୍ୟବାଦୀ ବ୍ଲକ ମହୁରା ପଞ୍ଚାୟତର ଜଗନ୍ନାଥ ଜେନା ଓ ଅନାମ ଜେନାଙ୍କଠାରୁ ଟଙ୍କା ନେଇଥିଲେ। କିଛିଦିନ ପରେ ସେମାନଙ୍କୁ ଇଷ୍ଟକୋଷ୍ଟ ରେଲୱେରେ ସୁପରଭାଇଜର ପଦବୀରେ ଚାକିରି ହୋଇଥିବା କହି ପରିଚୟ ପତ୍ର ପ୍ରଦାନ କରିଥିଲେ। ହେଲେ ଦୁଇମାସ ପରେ ସୁପରଭାଇଜର କାମ କରିବା ପରେ ଏମାନେ ପରିଚୟପତ୍ର ଜାଲ ବୋଲି ଜଣିବାକୁ ପାଇଥିଲେ। ଏ ନେଇ ସେମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।

Related story