ରାଇରଙ୍ଗପୁର ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ହୋଲି ଦିନ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନକୁମରୁମ୍‌ ଗ୍ରାମର ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସାନକୁମରୁମ୍‌ ଗ୍ରାମର ଚୁମୁରୁ ଟପ୍ନୋ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି। ଏ ନେଇ ଆଜି ରାଇରଙ୍ଗପୁର ଏସ୍‌ଡିପିଓ ମୋହନପାଣି କାରୁଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚୁମୁରୁ ନାବାଳିକାଙ୍କୁ ବଳାତ୍କାର କରିବା ପରେ […]

raigangapur-rape

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 11:49 AM IST

ରାଇରଙ୍ଗପୁର: ହୋଲି ଦିନ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନକୁମରୁମ୍‌ ଗ୍ରାମର ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସାନକୁମରୁମ୍‌ ଗ୍ରାମର ଚୁମୁରୁ ଟପ୍ନୋ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି। ଏ ନେଇ ଆଜି ରାଇରଙ୍ଗପୁର ଏସ୍‌ଡିପିଓ ମୋହନପାଣି କାରୁଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚୁମୁରୁ ନାବାଳିକାଙ୍କୁ ବଳାତ୍କାର କରିବା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଏସ୍‌ଡିପିଓ କହିଛନ୍ତି।

ମୃତ ନାବାଳିକାର ଘର ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଥାନା ଅନ୍ତର୍ଗତ ମାନପୁର ଗାଁରେ। କିଛିବର୍ଷ ହେଲା ସେ ସାନକୁମରୁମ୍‌ରେ ମାମୁଁ ଘରେ ରହି ପାଠ ପଢୁଥିଲା। ହୋଲି ଦିନ ନାବାଳିକା ଜଣଙ୍କ ତିରିଂ ବଜାରକୁ ତା’ର ମାମୁଁଙ୍କୁ ଡାକିବାକୁ ଯାଇ ଆଉ ଫେରି ନ ଥିଲା। ଆଖପାଖରେ ଖୋଜାଖୋଜି ପରେ ଆକାଶିଆ ଜଙ୍ଗଲରୁ ତା’ର କ୍ଷତବିକ୍ଷତ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲା।

ଏସ୍‌ଡିପିଓ ମୋହନପାଣି କାରୁଆ କହିଛନ୍ତି, “ଅଭିଯୁକ୍ତ ନାବାଳିକାଙ୍କୁ ୨ ଥର ବଳାତ୍କାର କରିଥିଲେ। ସେଠାରେ ତାକୁ ଏକ ଡୋରି ମିଳିଥିଲା। ସେଥିରେ ନାବାଳିକାର ଶ୍ୱାସରୁଦ୍ଧ କରି ସେ ତାକୁ ହତ୍ୟା କରିଥିଲା। ସନ୍ଦେହରେ ଚୁମୁରୁକୁ ଆଣି ପଚରାଉଚରା କରିବା ପରେ ଘଟଣା ପଦାକୁ ଆସିଥିଲା। ସେ ଦୋଷ ସ୍ୱୀକାର କରିବା ପରେ ରବିବାର ତାକୁ ଗିରଫ କରିଥିଲୁ। ଆଜି ଡାକ୍ତରୀମାଇନା କରାଯିବା ପରେ ତାକୁ କୋର୍ଟଚାଲାଣ କରିଛୁ।”

Related story