ରାଜଧାନୀରେ ସିରିଜ୍ ଲୁଟ୍‌

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରରେ ସିରିଜ୍ ଲୁଟ୍ ହୋଇଛି। ଜଣେ ବ୍ୟବସାୟୀ ଓ ଦୁଇ ଜଣ ମହିଳା ଏହି ଲୁଟ୍‌ର ଶିକାର ହୋଇଛନ୍ତି। ୩ଟି ଲୁଟ୍‌ କଳା ପଲସରଧାରୀ କରିଥିବା ଜଣାପଡ଼ିଛି। ଏହା ଜଣାପଡିବା ପରେ ରାଜଧାନୀରେ ପୁଣି ଥରେ କଳା ପଲସରଧାରୀ ଲୁଟେରାଙ୍କୁ ନେଇ ଆତଙ୍କ ଖେଳିଯାଇଛି। ରାଜମହଲ ଛକରେ ଜଣେ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ବେଳେ ଗଭର୍ଣ୍ଣର ହାଉସ ଛକରୁ ୨ଜଣ ମହିଳାଙ୍କଠାରୁ ଚେନ୍‌ ଲୁଟ୍‌ ହୋଇଛି। ଲୁଟର ଶିକାର ୨ […]

loot

Rakesh Mallick
  • Published: Wednesday, 09 March 2016
  • , Updated: 10 March 2016, 04:26 AM IST

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରରେ ସିରିଜ୍ ଲୁଟ୍ ହୋଇଛି। ଜଣେ ବ୍ୟବସାୟୀ ଓ ଦୁଇ ଜଣ ମହିଳା ଏହି ଲୁଟ୍‌ର ଶିକାର ହୋଇଛନ୍ତି। ୩ଟି ଲୁଟ୍‌ କଳା ପଲସରଧାରୀ କରିଥିବା ଜଣାପଡ଼ିଛି। ଏହା ଜଣାପଡିବା ପରେ ରାଜଧାନୀରେ ପୁଣି ଥରେ କଳା ପଲସରଧାରୀ ଲୁଟେରାଙ୍କୁ ନେଇ ଆତଙ୍କ ଖେଳିଯାଇଛି।

ରାଜମହଲ ଛକରେ ଜଣେ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ବେଳେ ଗଭର୍ଣ୍ଣର ହାଉସ ଛକରୁ ୨ଜଣ ମହିଳାଙ୍କଠାରୁ ଚେନ୍‌ ଲୁଟ୍‌ ହୋଇଛି। ଲୁଟର ଶିକାର ୨ ମହିଳାଙ୍କ ମଧ୍ୟରୁ ଜଣେ ଗୃହ ବିଭାଗର କର୍ମଚାରୀ ହୋଇଥିବା ବେଳେ ଆଉ ଜଣେ ସିନେ ଅଭିନେତ୍ରୀଙ୍କ ଭଉଣୀ ବୋଲି ଜଣାପଡିଛି। ଦିନ ୧୧ଟାରେ ବ୍ୟବସାୟୀଙ୍କଠାରୁ ଲୁଟ୍‌ ହୋଇଥିଲା। ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ରାଜମହଲ ଛକରେ ଟଙ୍କା ଥିବା ବ୍ୟାଗକୁ ଲୁଟେରା ଛଡାଇ ନେଇ ଯାଇଥିଲେ। ସେହିପରି ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଗୃହ ବିଭାଗର ମହିଳା କର୍ମଚାରୀ ଘରକୁ ଫେରୁଥିବା ବେଳେ ଗଭର୍ଣ୍ଣର ହାଉସ ଛକରୁ ଗୋପବନ୍ଧୁ ଛକ ମଧ୍ୟରେ ତାଙ୍କ ଠାରୁ ଲୁଟ୍‌ ହୋଇଥିଲା।

Related story