ରମେଶଙ୍କ ସମେତ ୪ ଜଣଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ବ୍ରହ୍ମପୁର ପୋଲିସ୍

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା, କର୍ପୋରେଟର ମୁରଲୀମୋହନ, ରମେଶଙ୍କ ବାପା ଅରକ୍ଷିତ ଏବଂ ବୁନା ସାହୁଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିବ। ସଦର ଥାନାରେ ରୁଜୁ ହୋଇଥିବା ଜମି ହଡ଼ପ ମାମଲାର (କେସ ନମ୍ବର ୪୫/୨୦୧୬) ଅଧିକ ତଦନ୍ତ ଲାଗି ଏମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଆଶିଷ ସିଂ କହିଛନ୍ତି। ଏସ୍‌ପି ଆହୁରି କହିଛନ୍ତି, “ରବିବାରଠାରୁ ୫ ଦିନିଆ ରିମାଣ୍ଡରେ […]

bidhayaka-jena

bidhayaka-jena

Rakesh Mallick
  • Published: Monday, 28 March 2016
  • Updated: 29 March 2016, 03:57 AM IST

Sports

Latest News

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା, କର୍ପୋରେଟର ମୁରଲୀମୋହନ, ରମେଶଙ୍କ ବାପା ଅରକ୍ଷିତ ଏବଂ ବୁନା ସାହୁଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିବ। ସଦର ଥାନାରେ ରୁଜୁ ହୋଇଥିବା ଜମି ହଡ଼ପ ମାମଲାର (କେସ ନମ୍ବର ୪୫/୨୦୧୬) ଅଧିକ ତଦନ୍ତ ଲାଗି ଏମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଆଶିଷ ସିଂ କହିଛନ୍ତି।

ଏସ୍‌ପି ଆହୁରି କହିଛନ୍ତି, “ରବିବାରଠାରୁ ୫ ଦିନିଆ ରିମାଣ୍ଡରେ ଥିବା ସନ୍ତୋଷ ବେହେରାକୁ ପଚରାଉଚରା ବେଳେ ବହୁ ତଥ୍ୟ ପଦାକୁ ଆସିଛି। ଉକ୍ତ ତଥ୍ୟକୁ ଆଧାର କରି ପଦକ୍ଷେପ ନିଆଯାଉଛି। ଜିଲ୍ଲାକୁ ଅପରାଧ ଓ ଅପରାଧୀ ମୁକ୍ତ କରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ରବିବାର ବ୍ରହ୍ମପୁର ପୋଲିସ୍ ଗୋଷାଣିନୂଆଗାଁ, ବଡ଼ ବଜାର, ସଦର, କେ. ନୂଆଗାଁ ଓ ଜରଡ଼ା ଥାନାର ବିଭିନ୍ନ ଅଞ୍ଚଳରୁ ୨୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ପୂରା ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୮୬ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ୧୧ଟି ପିସ୍ତଲ ଜବତ କରାଯାଇଛି। ସମସ୍ତ ସନ୍ଦେହପୂର୍ଣ୍ଣ ଜମି କାରବାରକୁ ୩ଟି ଟିମ୍‌ ଯାଞ୍ଚ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos