ରମେଶଙ୍କ ନାଁରେ ଆଉ ଏକ ମାମଲା ରୁଜୁ

ବ୍ରହ୍ମପୁର: ଜମି ହଡ଼ପ ଅଭିଯୋଗରେ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଓ ବୋରିଗାଁ ଅଞ୍ଚଳର ୪ ଏକରରୁ ଊର୍ଦ୍ଧ୍ୱ ଜମିକୁ ଚଞ୍ଚକତା କରି ଜଣେ ଜମି ମାଲିକଙ୍କ ଠାରୁ ନେଇ ଯାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ରମେଶ ଜେନାଙ୍କ ସମେତ କର୍ପୋରେଟର ମୁରଲି ମୋହନ ଓ ବିଲଡର କିରଣ ପଣ୍ଡାଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ରମେଶ […]

ramesh-jena

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 05:08 PM IST

ବ୍ରହ୍ମପୁର: ଜମି ହଡ଼ପ ଅଭିଯୋଗରେ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଓ ବୋରିଗାଁ ଅଞ୍ଚଳର ୪ ଏକରରୁ ଊର୍ଦ୍ଧ୍ୱ ଜମିକୁ ଚଞ୍ଚକତା କରି ଜଣେ ଜମି ମାଲିକଙ୍କ ଠାରୁ ନେଇ ଯାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ରମେଶ ଜେନାଙ୍କ ସମେତ କର୍ପୋରେଟର ମୁରଲି ମୋହନ ଓ ବିଲଡର କିରଣ ପଣ୍ଡାଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ରମେଶ ଓ ମୁରଲି ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ସଦର ଥାନା ପୋଲିସ କିରଣ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ଭାବନ୍ଧ ଅଞ୍ଚଳର ଜଣେ ଲୋକଙ୍କ କ୍ରସର ୟୁନିଟକୁ ଠକେଇ କରି ନିଜ ନାମରେ କରି ନେଇଥିବା ଅଭିଯୋଗରେ ହିଞ୍ଜିଳିକାଟୁ ଥାନାରେ ରମେଶଙ୍କ ଅନ୍ୟତମ ସହଯୋଗୀ କୃପାସିନ୍ଧୁ ମୁଦୁଲିଙ୍କ ନାମରେ ଗତ ସୋମବାର ଏକ ମାମଲା ରୁଜୁ ହୋଇଛି। ଅଧିକ ପଚରାଉଚରା ପାଇଁ ପୋଲିସ୍ ଆଜି ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି।

ରମେଶଙ୍କୁ ୨ ଦିନ ରିମାଣ୍ଡରେ ନେବାକୁ ଦିଗପହଣ୍ଡି ଜେଏମ୍‌ଏଫ୍‌ସି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛି। ମଲାଭଞ୍ଜା ହତ୍ୟା ଘଟଣାରେ ପଚରାଉଚରା ଲାଗି ରମେଶଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଦିଗପହଣ୍ଡି ଥାନା ଅନ୍ତର୍ଗତ ମଳାଭଞ୍ଜର ପୂର୍ବତନ ସରପଞ୍ଚ ଶ୍ରୀନିବାସ ରଥଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ରମେଶଙ୍କ ସମ୍ପୃକ୍ତି ଅଭିଯୋଗ ରହିଛି।

Related story