ରମେଶ ଜେନା ଲିଙ୍କ୍‌: ବିଲ୍ଡର ସାଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ରମେଶ ଜେନା ଲିଙ୍କରେ ଜମି ଠକେଇ ମାମଲାରେ ଗତ ୮ ତାରଖରୁ ଗିରଫ ହୋଇଥିବା ବିଲ୍ଡର ସାଇ ପଟ୍ଟନାୟକଙ୍କୁ ମଙ୍ଗଳବାରଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି ସଦର ଥାନା ପୋଲିସ। ସାଇ ପଟ୍ଟନାୟକ ନିମଖଣ୍ଡି ଅଞ୍ଚଳରେ ୩ ଏକରରୁ ଅଧିକ ଜମି ଠକେଇ ଅଭିଯୋଗରେ ସଦର ଥାନାରେ ରମେଶ ଜେନା, ତାଙ୍କ ବାପା ଅରକ୍ଷିତ, ସହଯୋଗୀ ମୂରଲୀ ମୋହନ ଓ ବୁନା ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତେବେ ଏହି ମାମଲାରେ ସାଇଙ୍କୁ ଗିରଫ […]

sai

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 05:20 PM IST

ବ୍ରହ୍ମପୁର: ରମେଶ ଜେନା ଲିଙ୍କରେ ଜମି ଠକେଇ ମାମଲାରେ ଗତ ୮ ତାରଖରୁ ଗିରଫ ହୋଇଥିବା ବିଲ୍ଡର ସାଇ ପଟ୍ଟନାୟକଙ୍କୁ ମଙ୍ଗଳବାରଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି ସଦର ଥାନା ପୋଲିସ। ସାଇ ପଟ୍ଟନାୟକ ନିମଖଣ୍ଡି ଅଞ୍ଚଳରେ ୩ ଏକରରୁ ଅଧିକ ଜମି ଠକେଇ ଅଭିଯୋଗରେ ସଦର ଥାନାରେ ରମେଶ ଜେନା, ତାଙ୍କ ବାପା ଅରକ୍ଷିତ, ସହଯୋଗୀ ମୂରଲୀ ମୋହନ ଓ ବୁନା ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତେବେ ଏହି ମାମଲାରେ ସାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏ ନେଇ ଅଧିକ ଜେରା ପାଇଁ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ରମେଶଙ୍କୁ ପୋଲିସ ଆଗରୁ ୫ ଦିନିଆ ରିମାଣ୍ଡରେ ନେଇଥିବାରୁ ଉଭୟଙ୍କୁ ସାମ୍ନାସାମ୍ନୀ ଜେରା କରାଯାଉଥିବା ଜଣାପଡିଛି।

Related story