ରମେଶଙ୍କ ନାଁରେ ପୁଣି ଏକ ଜମି ହଡ଼ପ ମାମଲା

ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି  ଓ ବୋରିଗାଁରେ ଜମି ହଡ଼ପ ଅଭିଯୋଗ ନେଇ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ସଦର ଥାନାରେ ଆଜି ଆଉ ଏକ ମାମଲା ଦାୟର କରାଯାଇଛି। ରମେଶ ୪ ଏକର ଦେବତ୍ତୋର ଜମି ହଡ଼ପ କରି କନ୍‌ଷ୍ଟ୍ରସନ୍ କାମରେ ଲଗାଇଛନ୍ତି। ଏଥିରେ ରମେଶଙ୍କ ବାପା, କର୍ପୋରେଟର ମୂରଲୀ ମୋହନ, ବିଲଡର ବୁନା ସାହୁ ଓ କିରଣ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହି ମାମଲାରେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ […]

ramesh jena

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 10:50 AM IST

ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି  ଓ ବୋରିଗାଁରେ ଜମି ହଡ଼ପ ଅଭିଯୋଗ ନେଇ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ସଦର ଥାନାରେ ଆଜି ଆଉ ଏକ ମାମଲା ଦାୟର କରାଯାଇଛି। ରମେଶ ୪ ଏକର ଦେବତ୍ତୋର ଜମି ହଡ଼ପ କରି କନ୍‌ଷ୍ଟ୍ରସନ୍ କାମରେ ଲଗାଇଛନ୍ତି।

ଏଥିରେ ରମେଶଙ୍କ ବାପା, କର୍ପୋରେଟର ମୂରଲୀ ମୋହନ, ବିଲଡର ବୁନା ସାହୁ ଓ କିରଣ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହି ମାମଲାରେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଏସ୍‌ପି ଆଶିଷ ସିଂ କହିଛନ୍ତି, “ଆଜି ରମେଶ ଜେନାଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଆଉ ଏକ ଜମି ହଡ଼ପ ମାମଲା ରୁଜୁ ହୋଇଛି। ରମେଶ ଜେନା ସହଯୋଗୀଙ୍କ ସହ ମିଶି ରଘୁନାଥ ମନ୍ଦିରର ୪ ଏକର ଜମି ହଡପ କରିଥିବା ଅଭିଯୋଗ ଆସିଛି। ଜଣେ ଟ୍ରଷ୍ଟି ଏ ନେଇ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଆଉ ଥରେ ରମେଶଙ୍କୁ ରିମାଣ୍ଡରେ ନେବାକୁ ବ୍ୟବସ୍ଥା କରୁଛୁ। କରିଣ, ମୂରଲୀ, ଅରକ୍ଷିତ, ବୁନା ଓ ରମେଶଙ୍କ ସହ ଆଉ କିଛି ଲୋକ ମିଶି ଜବରଦଖଲ ଜମିକୁ ପ୍ଲଟିଂ କରିବା ସହ ରାସ୍ତା କରିଛନ୍ତି। ଏହାର ତଦନ୍ତ ଚାଲିଛି। ନିମଖଣ୍ଡି ଓ ବୋରିଗାଁ ମୌଜାରେ ଥିବା ସରକାରୀ ଜମିର ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

Related story