ରମେଶ ଜେନା ଲିଙ୍କ୍: ସନ୍ତୋଷକୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହଯୋଗୀ ସନ୍ତୋଷ ବେହେରାକୁ ଆଜିଠୁ ବ୍ରହ୍ମପୁର ପୋଲିସ୍ ୫ ଦିନିଆ ରିମାଣ୍ଡରେ ନେଲା। ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ତାକୁ ପଚରାଉଚରା କରାଯିବ। ବ୍ରହ୍ମପୁର ପୋଲିସ୍  ପକ୍ଷରୁ ଏସ୍‌ଡିଜେଏମ୍‌ କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ସନ୍ତୋଷକୁ ୫ ଦିନିଆ ରାମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ଗିରଫ ସନ୍ତୋଷର ବୟାନ୍ ଆଧାରରେ ପୋଲିସ୍‌ର ଦୁଇଟି ଟିମ୍‌କୁ ଜିଲ୍ଲା ବାହାରକୁ ପଠାଯାଇଛି। ଏମାନେ ରମେଶ […]

sontesh behera

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 09:13 AM IST

ବ୍ରହ୍ମପୁର: ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହଯୋଗୀ ସନ୍ତୋଷ ବେହେରାକୁ ଆଜିଠୁ ବ୍ରହ୍ମପୁର ପୋଲିସ୍ ୫ ଦିନିଆ ରିମାଣ୍ଡରେ ନେଲା। ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ତାକୁ ପଚରାଉଚରା କରାଯିବ।

ବ୍ରହ୍ମପୁର ପୋଲିସ୍  ପକ୍ଷରୁ ଏସ୍‌ଡିଜେଏମ୍‌ କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ସନ୍ତୋଷକୁ ୫ ଦିନିଆ ରାମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ।

ଗିରଫ ସନ୍ତୋଷର ବୟାନ୍ ଆଧାରରେ ପୋଲିସ୍‌ର ଦୁଇଟି ଟିମ୍‌କୁ ଜିଲ୍ଲା ବାହାରକୁ ପଠାଯାଇଛି। ଏମାନେ ରମେଶ ଜେନାଙ୍କ ବିଭିନ୍ନ ଅପରାଧିକ ସାମ୍ରାଜ୍ୟ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛନ୍ତି।

Related story