ରମେଶ ଜେନା ସହ ସଂପୃକ୍ତି ଅଭିଯୋଗରେ ୨ ଗିରଫ

ବ୍ରହ୍ମପୁର: ରମେଶ ଜେନା ସହ ସଂପୃକ୍ତି ଓ ବିଭିନ୍ନ ମାମଲାରେ ଜଡ଼ିତ ଥାଇ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ବିଭିନ୍ନ ମାମଲାରେ ଜଡିତ ଥାଇ ଫେରାର୍ ଥିବା କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକକୁ ବ୍ରହ୍ମପର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଡକାୟତି, ହତ୍ୟା ଉଦ୍ୟମ, ଗୁଳିମାଡ଼ ପରି ୧୫ରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥାଇ ଫେରାର୍ ଥିବା ପ୍ରଶାନ୍ତ କରାଡ଼କୁ ହାଇଦ୍ରାବାଦ ପୋଲିସ ମଧ୍ୟ ଗିରଫ କରିଛି। ହାଇଦ୍ରାବାଦ ଓ ଆଖପାଖ ଅଞ୍ଚଳରେ ପ୍ରଶାନ୍ତ […]

bidhayaka-jena

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 03:21 PM IST

ବ୍ରହ୍ମପୁର: ରମେଶ ଜେନା ସହ ସଂପୃକ୍ତି ଓ ବିଭିନ୍ନ ମାମଲାରେ ଜଡ଼ିତ ଥାଇ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ବିଭିନ୍ନ ମାମଲାରେ ଜଡିତ ଥାଇ ଫେରାର୍ ଥିବା କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକକୁ ବ୍ରହ୍ମପର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସେହିପରି ଡକାୟତି, ହତ୍ୟା ଉଦ୍ୟମ, ଗୁଳିମାଡ଼ ପରି ୧୫ରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥାଇ ଫେରାର୍ ଥିବା ପ୍ରଶାନ୍ତ କରାଡ଼କୁ ହାଇଦ୍ରାବାଦ ପୋଲିସ ମଧ୍ୟ ଗିରଫ କରିଛି। ହାଇଦ୍ରାବାଦ ଓ ଆଖପାଖ ଅଞ୍ଚଳରେ ପ୍ରଶାନ୍ତ ୫୦ରୁ ଊର୍ଦ୍ଧ୍ୱ ସମ୍ପତ୍ତି ସଂପର୍କିତ ଅପରାଧ ଘଟାଇଥିବା ଜଣାପଡ଼ିଛି। ହାଇଦ୍ରାବାଦ ପୋଲିସର ଜେରା ପରେ ପ୍ରଶାନ୍ତକୁ ବ୍ରହ୍ମପୁରକୁ ରିମାଣ୍ଡରେ ଅଣାଯିବ ବୋଲି ଏସଡ଼ିପିଓ ଶାନ୍ତନୁ କୁମାର ଦାସ କହିଛନ୍ତି।

Related story