ବ୍ରହ୍ମପୁର: ରମେଶଙ୍କ ବାପା ଓ ମୁରଲୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ବିଧାୟକ ରମେଶ ଜେନାଙ୍କ ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗରେ ତାଙ୍କ ବାପା ଅରକ୍ଷିତ ଓ କଂଗ୍ରେସ କର୍ପୋରେଟର ମୁରଲୀ ମୋହନଙ୍କୁ ପୋଲିସ୍ ରବିବାର ୭ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ଲାଗି ଏସ୍‌ଡିଜେଏମ୍‌ କୋର୍ଟ ଗତକାଲି ଅନୁମତି ଦେଇଥିଲେ। ରମେଶଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଦୁଇଟି ହତ୍ୟା, ଗୋଟିଏ ହତ୍ୟା ଉଦ୍ୟମ, ଦୁଇଟି ଜମି ହଡ଼ପ, ଗୋଟିଏ ଦାଦା ବଟି ଓ ବେଆଇନ୍ ଗୁଟ୍‌ଖା ବ୍ୟବସାୟ ସଂପର୍କିତ ମାମଲା ରୁଜୁ ହୋଇସାରିଲାଣି। ଏହା […]

arakhita

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 10:52 AM IST

ବ୍ରହ୍ମପୁର: ବିଧାୟକ ରମେଶ ଜେନାଙ୍କ ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗରେ ତାଙ୍କ ବାପା ଅରକ୍ଷିତ ଓ କଂଗ୍ରେସ କର୍ପୋରେଟର ମୁରଲୀ ମୋହନଙ୍କୁ ପୋଲିସ୍ ରବିବାର ୭ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ଲାଗି ଏସ୍‌ଡିଜେଏମ୍‌ କୋର୍ଟ ଗତକାଲି ଅନୁମତି ଦେଇଥିଲେ।

ରମେଶଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଦୁଇଟି ହତ୍ୟା, ଗୋଟିଏ ହତ୍ୟା ଉଦ୍ୟମ, ଦୁଇଟି ଜମି ହଡ଼ପ, ଗୋଟିଏ ଦାଦା ବଟି ଓ ବେଆଇନ୍ ଗୁଟ୍‌ଖା ବ୍ୟବସାୟ ସଂପର୍କିତ ମାମଲା ରୁଜୁ ହୋଇସାରିଲାଣି। ଏହା ବ୍ୟତୀତ ତାଙ୍କ ବିରୋଧରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଭଳି ମାମଲା ରହିଛି। ତାଙ୍କ ବାପା ଅରକ୍ଷିତ ଜେନା ଓ କଂଗ୍ରେସ କର୍ପୋରେଟର ମୁରଲୀ ମୋହନଙ୍କ ନାଁରେ ମଧ୍ୟ ଜମି ହଡ଼ପ, ଦାଦା ବଟି ମାମଲା ରୁଜୁ ହୋଇଛି। ଗୁଟ୍‌ଖା ବେପାର ନେଇ ମଧ୍ୟ ଅରକ୍ଷିତଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏ ସବୁ ସଂପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ବ୍ରହ୍ମପୁର ପୋଲିସ୍ ଅରକ୍ଷିତ ଓ ମୁରଲୀଙ୍କୁ ରିମାଣ୍ଡରେ ନେଇଛି।

Related story