ଲାଞ୍ଚ ନେଇ ବାଲୁଗାଁ ରେଞ୍ଜର ଗିରଫ

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ରେଞ୍ଜର ପ୍ରସନ୍ନ କୁମାର ମହାନ୍ତିଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ହେମନ୍ତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି।