ପୁରୀ: ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ପୁରୀ: ପୁରୀ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ପରିସରରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଂମ୍ପୃକ୍ତ ଥିବା ଜଗନ୍ନାଥ ବଲ୍ଲଭ ବସ୍ତିର ଦିଲ୍ଲୀପ କୁମାର ଭୋଇଙ୍କୁ ଟାଉନ୍ ଥାନା ପୋଲିଦ୍ ଗିରଫ କରି ଡାକ୍ତରୀମାଇନା କରିଛି। କେସ୍ ନଂ ୫୨/୨୦୧୬ରେ ଆଇପିସି ଥାରା୪୫୭, ୩୭୬ ମୁତାବକ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଳି ତଦନ୍ତକାରୀ ଅଫିସର ଏମ୍‌.ଏନ୍ ବସ୍ତିଆ କହିଛନ୍ତି। ଗତ କାଲି ଦିନ ପ୍ରାୟ […]

rape-accuse

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 05:19 PM IST

ପୁରୀ: ପୁରୀ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ପରିସରରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଂମ୍ପୃକ୍ତ ଥିବା ଜଗନ୍ନାଥ ବଲ୍ଲଭ ବସ୍ତିର ଦିଲ୍ଲୀପ କୁମାର ଭୋଇଙ୍କୁ ଟାଉନ୍ ଥାନା ପୋଲିଦ୍ ଗିରଫ କରି ଡାକ୍ତରୀମାଇନା କରିଛି। କେସ୍ ନଂ ୫୨/୨୦୧୬ରେ ଆଇପିସି ଥାରା୪୫୭, ୩୭୬ ମୁତାବକ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଳି ତଦନ୍ତକାରୀ ଅଫିସର ଏମ୍‌.ଏନ୍ ବସ୍ତିଆ କହିଛନ୍ତି।

ଗତ କାଲି ଦିନ ପ୍ରାୟ ୧୧ଟା ବେଳେ ଦୁର୍ଷ୍କମର ଶିକାର ହୋଇଥିବା ଏହି ଭିନ୍ନକ୍ଷମ ମହିଳା ଥାନରେ ଅଭିଯୋଗ କରିଥିଲେ। କିନ୍ତୁ ସେ କଥା କହିପାରୁ ନ ଥିବାରୁ ତାଙ୍କ କଥା ବୁଝିବା ପାଇଁ ବିଶେଷଜ୍ଞଙ୍କୁ ଡକାଯାଇଥିଲା। ତା’ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ପୂରା ଘଟଣା ଜଣାପଡ଼ିବା ପରେ ଟାଉନ୍ ଥାନା ପୋଲିସ୍ ଏକ ମାମଲାର ରୁଜୁ କରିଥିଲା ଓ ମହିଳାଙ୍କର ଡାକ୍ତରୀମାଇନା କରାଇଥିଲା।  ମହିଳାଙ୍କର ଶିଶୁପୁତ୍ରଟିଏ ଥିବାରୁ ଏବଂ ଉଭୟଙ୍କ ସୁରକ୍ଷା ଦୃଷ୍ଟିରୁ ସୁଧରା ଗୃହରେ ସେମାନଙ୍କୁ ରଖିବାକୁ ବ୍ୟବସ୍ଥା କରାଯାଇଛି ବୋଲି ତଦନ୍ତକାରୀ ଅଫିସର ଏମ୍.ଏନ୍ ବସ୍ତିଆ କହିଛନ୍ତି।

Related story