ରାଉରକେଲା: ମହିଳାଙ୍କୁ ହତ୍ୟା ମାମଲାରେ ସ୍ୱାମୀଙ୍କ ସମେତ ୬ ଗିରଫ

ରାଉରକେଲା: ରାଉରକେଲାର ଛେଣ୍ଡ୍‌ ନିକଟସ୍ଥ ବ୍ୟାଙ୍କ୍‌ କଲୋନୀରେ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କ ସମେତ ୬ ଜଣଙ୍କୁ ପୋଲିସ୍ ଗିରଫ କରିଛି। ପୋଲିସ୍‌ର କହିବା ଅନୁସାରେ ଅଭିଯୁକ୍ତ ସ୍ୱାମୀ କମଳ କୁମାର ଓରାମ ଏସ୍‌ବିଆଇ ଡେପୁଟି ମ୍ୟାନେଜର୍‌ ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ଭାଉଜ ଓ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ। ଏହାକୁ ନେଇ ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ପତ୍ନୀ ଜାନକୀଙ୍କୁ ରାସ୍ତାରୁ ହଟାଇବାକୁ ଏହି ୩ […]

arrest

Rakesh Mallick
  • Published: Monday, 19 September 2016
  • , Updated: 19 September 2016, 12:19 PM IST

ରାଉରକେଲା: ରାଉରକେଲାର ଛେଣ୍ଡ୍‌ ନିକଟସ୍ଥ ବ୍ୟାଙ୍କ୍‌ କଲୋନୀରେ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କ ସମେତ ୬ ଜଣଙ୍କୁ ପୋଲିସ୍ ଗିରଫ କରିଛି।

ପୋଲିସ୍‌ର କହିବା ଅନୁସାରେ ଅଭିଯୁକ୍ତ ସ୍ୱାମୀ କମଳ କୁମାର ଓରାମ ଏସ୍‌ବିଆଇ ଡେପୁଟି ମ୍ୟାନେଜର୍‌ ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ଭାଉଜ ଓ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ। ଏହାକୁ ନେଇ ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ପତ୍ନୀ ଜାନକୀଙ୍କୁ ରାସ୍ତାରୁ ହଟାଇବାକୁ ଏହି ୩ ଜଣ ମିଶି  ଯୋଜନା ପ୍ରସ୍ତୁତ କରିଥିଲେ। ଗତ ୭ ତାରିଖ ରାତିରେ ଝାଡ଼ଖଣ୍ଡ ଅଞ୍ଚଳରୁ ୩ ଜଣ ସୁପାରି କିଲର୍‌ ଦ୍ୱାରା ଜାନକୀଙ୍କ ତଣ୍ଟି କାଟି ହତ୍ୟା କରିଥିଲେ।

ଜାନକୀର ବାପ ଘର ଲୋକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

Related story