ରାଉରକେଲା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଗିରଫ

ରାଉରକେଲା: ରାଉରକେଲାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଆଜି ଜଲଦା ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ସଂଧ୍ୟାରେ ଆଠ ଦଶ ଜଣ ଯୁବକ ହୋଲି ଖେଳି ଗାଧୋଇ ବାଇକ୍‌ରେ ଫେରୁଥିଲେ। ରଙ୍ଗିଲା ଛକରେ ଏକ ଅଟୋ ସହିତ ସେମାନଙ୍କର ଏକ ବାଇକ୍‌ର ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଓ ଉକ୍ତ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ବଢ଼ିବାରୁ ପାଖରେ ଟାୟର ଦୋକାନ କରିଥିବା ଆକବର ଖାଁ ନାମକ ଜଣେ […]

raurkela-murder

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 07:20 AM IST

ରାଉରକେଲା: ରାଉରକେଲାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଆଜି ଜଲଦା ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି।

ଗୁରୁବାର ସଂଧ୍ୟାରେ ଆଠ ଦଶ ଜଣ ଯୁବକ ହୋଲି ଖେଳି ଗାଧୋଇ ବାଇକ୍‌ରେ ଫେରୁଥିଲେ। ରଙ୍ଗିଲା ଛକରେ ଏକ ଅଟୋ ସହିତ ସେମାନଙ୍କର ଏକ ବାଇକ୍‌ର ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଓ ଉକ୍ତ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ବଢ଼ିବାରୁ ପାଖରେ ଟାୟର ଦୋକାନ କରିଥିବା ଆକବର ଖାଁ ନାମକ ଜଣେ ଯୁବକ ସହ କିଛି ସ୍ଥାନୀୟ ଲୋକ ସେଥିରେ ହସ୍ତକ୍ଷେପ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଲାଠି ମାଡ଼ରେ ଘଟଣାସ୍ଥଳରେ ହିଁ ଆକବରଙ୍କ ମୃତ୍ୟୁ ହୋଇଥିଲା। ଆଉ ଚାରି ଜଣ ଲୋକ ଆହତ ହୋଇଥିଲେ।। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ  ସଂପ୍ତକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Related story