ରାଉରକେଲା: ମହୁଲ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ କପିସିଙ୍ଗା ହାଟରେ ଆଜି ଦିନ ଦିପହରେ ଜଣେ ମହୁଲ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ଭଗବାନ ସିଂ। ଭଗବାନ ହାଟରେ ମହୁଲ ବିକୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ତାଙ୍କଠାରୁ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ  ଝାଡ଼ଖଣ୍ଡ ଆଡ଼େ ପଳାଇଥିଲେ। ମୃତ ଭଗବାନ ବିଶ୍ରାର ଜଣେ ମହୁଲ ବ୍ୟବସାୟୀଙ୍କ […]

raurkela-murder

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 11:57 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ କପିସିଙ୍ଗା ହାଟରେ ଆଜି ଦିନ ଦିପହରେ ଜଣେ ମହୁଲ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ଭଗବାନ ସିଂ।

ଭଗବାନ ହାଟରେ ମହୁଲ ବିକୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ତାଙ୍କଠାରୁ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ  ଝାଡ଼ଖଣ୍ଡ ଆଡ଼େ ପଳାଇଥିଲେ।

ମୃତ ଭଗବାନ ବିଶ୍ରାର ଜଣେ ମହୁଲ ବ୍ୟବସାୟୀଙ୍କ ଏଜେଣ୍ଟ ଭାବେ କାମ କରୁଥିଲେ। ତେବେ ଏହି ହତ୍ୟାକାଣ୍ଡ କେବଳ ଲୁଟ୍ ଲାଗି ହୋଇଛି ନା ଅନ୍ୟ କିଛି  କାରଣ ଅଛି ସେ ନେଇ ପୋଲିସ୍ ତଦନ୍ତ କରୁଛି।

Related story