ଚୋରା ବନ୍ଧୁକ କାରବାର ଅଭିଯୋଗରେ ରେଳବାଇ କର୍ମଚାରୀ ଗିରଫ, ୩ ପିସ୍ତଲ ଜବତ

ରାଉରକେଲା: ଚୋରା ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ଆଜି ରାଉରକେଲା ପୋଲିସ୍ ବନ୍ଧମୁଣ୍ଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ସନ୍ତୁ ସିଂ ଓରଫ ସନ୍ତୋଷ ସିଂ। ସେ ଜଣେ ରେଳବାଇ କର୍ମଚାରୀ। ତାଙ୍କଠାରୁ ୩ଟି ପିସ୍ତଲ,୧୪ଟି ଅଫୁଟା ଗୁଳି, ୪ଟି ଛୁରୀ, ୪ଟି ଖଣ୍ଡା, ୯ଟି ଏଟିଏମ୍ କାର୍ଡ ଓ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ସନ୍ତୋଷ ସିଂ ଝାରଖଣ୍ଡରୁ ଚୋରା ବନ୍ଧୁକ ଆଣି ରାଉରକେଲା ଅଞ୍ଚଳରେ ବିକ୍ରି କରୁଥିଲେ। ଏହା […]

gun

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 01:29 PM IST

ରାଉରକେଲା: ଚୋରା ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ଆଜି ରାଉରକେଲା ପୋଲିସ୍ ବନ୍ଧମୁଣ୍ଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ସନ୍ତୁ ସିଂ ଓରଫ ସନ୍ତୋଷ ସିଂ। ସେ ଜଣେ ରେଳବାଇ କର୍ମଚାରୀ। ତାଙ୍କଠାରୁ ୩ଟି ପିସ୍ତଲ,୧୪ଟି ଅଫୁଟା ଗୁଳି, ୪ଟି ଛୁରୀ, ୪ଟି ଖଣ୍ଡା, ୯ଟି ଏଟିଏମ୍ କାର୍ଡ ଓ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଛି।

ସନ୍ତୋଷ ସିଂ ଝାରଖଣ୍ଡରୁ ଚୋରା ବନ୍ଧୁକ ଆଣି ରାଉରକେଲା ଅଞ୍ଚଳରେ ବିକ୍ରି କରୁଥିଲେ। ଏହା ଛଡ଼ା ରେଳବାଇର ଠିକା କାମରେ ସେ ଟେଣ୍ଡର ଫିକ୍ସିଂ କରୁଥିବା ମଧ୍ୟ ପୋଲିସ୍ ସନ୍ଦେହ କରୁଛି।

ସନ୍ତୋଷଙ୍କ ଆଉ ଦୁଇ ଜଣ ସହଯୋଗୀଙ୍କୁ ପୋଲିସ୍ ଖୋଜୁଛି।

Related story