ଭିନ୍ନକ୍ଷମ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

ରାୟଗଡ଼ା: ରାୟଗଡ଼ାରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଜିଆରପି ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଚିନ୍ତଲିଗୁଡ଼ା ଗାଁର ଗଣେଶ ମେଲେକା ଓ ଟିଟିଲାଗଡ଼ ଅଞ୍ଚଳର ନରେଶ୍‌ ବାଗ୍‌। ଗତ ୧୧ ତାରିଖ ରାତିରେ ନାବାଳିକା ଜଣଙ୍କ  ପରିବାର ଲୋକଙ୍କ ସହ  ରାୟଗଡ଼ା ଆସିଥିଲେ। ନାବାଳିକା ଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ  ଦୁଇ ଅଭିଯୁକ୍ତ  ତାଙ୍କୁ ରେଳ ଷ୍ଟେସନଠାରୁ […]

rayadada

rayadada

Rakesh Mallick
  • Published: Friday, 14 October 2016
  • Updated: 14 October 2016, 08:41 AM IST

ରାୟଗଡ଼ା: ରାୟଗଡ଼ାରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଜିଆରପି ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଚିନ୍ତଲିଗୁଡ଼ା ଗାଁର ଗଣେଶ ମେଲେକା ଓ ଟିଟିଲାଗଡ଼ ଅଞ୍ଚଳର ନରେଶ୍‌ ବାଗ୍‌।

ଗତ ୧୧ ତାରିଖ ରାତିରେ ନାବାଳିକା ଜଣଙ୍କ  ପରିବାର ଲୋକଙ୍କ ସହ  ରାୟଗଡ଼ା ଆସିଥିଲେ। ନାବାଳିକା ଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ  ଦୁଇ ଅଭିଯୁକ୍ତ  ତାଙ୍କୁ ରେଳ ଷ୍ଟେସନଠାରୁ କିଛି ଦୂରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଆର୍‌ପିଏଫ୍‌ ଥାନା ପୋଲିସ୍‌ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜିଆରପିକୁ ହସ୍ତାନ୍ତର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos