ଗୁଣି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଅଭିଯୋଗ

ଗୁଣପୁର: ଗଜପତି ପରେ ରାୟଗଡ଼ା ଜିଲ୍ଲା ପୁଟାସିଂ କିତୁଙ୍ଗ ଗାଁରେ ଗୁଣି ସନ୍ଦେହରେ ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ କିତୁଙ୍ଗ ଗାଁର ଅଶିଣ ଶବର, ତାଙ୍କ ସ୍ତ୍ରୀ ଓ ଝିଅକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ। ଗତକାଲି ମୃତଦେହ ଗୁଡ଼ିକୁ ବାହାର କରି ପୋଡି ଦେଇଥିଲେ। ଆଜି କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୮ ଜଣ […]

raigada

Rakesh Mallick
  • Published: Friday, 16 September 2016
  • , Updated: 17 September 2016, 10:18 AM IST

ଗୁଣପୁର: ଗଜପତି ପରେ ରାୟଗଡ଼ା ଜିଲ୍ଲା ପୁଟାସିଂ କିତୁଙ୍ଗ ଗାଁରେ ଗୁଣି ସନ୍ଦେହରେ ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ କିତୁଙ୍ଗ ଗାଁର ଅଶିଣ ଶବର, ତାଙ୍କ ସ୍ତ୍ରୀ ଓ ଝିଅକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ। ଗତକାଲି ମୃତଦେହ ଗୁଡ଼ିକୁ ବାହାର କରି ପୋଡି ଦେଇଥିଲେ।

ଆଜି କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୮ ଜଣ ଗ୍ରାମବାସୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

କିଛିଦିନ ତଳେ ଗଜପତି ଜିଲ୍ଲା ମୋହନା ଚୁଡୁଙ୍ଗପୁର ଗ୍ରାମରେ ଗୁଣି ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରି ଜଙ୍ଗଲରେ ପୋଡି ଦିଆଯାଇଥିଲା।

Related story